ତାରପୁର ୧୬/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ମହା ଏକାଦଶୀ ତିଥିରେ ଆଇନ ତଥା ପଂଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଜେନା ସସ୍ତ୍ରୀକ ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଓ ପ୍ରଭୁ ଗୋରଖନାଥ ଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହିତ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଉପସ୍ଥିତ ରହି ଉଭୟ ମନ୍ଦିରର ଭଲମନ୍ଦ ବିଝିବା ସହିତ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଓ ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ମାନଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ଏହି ମନ୍ଦିରର ଉନ୍ନତିକରଣ ସହିତ ଏହାକୁ ପର୍ଯ୍ୟଟନ କ୍ଷେତ୍ରରେ ସୁଦୃଢ଼ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଗସ୍ତ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଦୁଇ ଗୋଟି ମନ୍ଦିରର ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା, ତିର୍ତୋଲ ବିଡ଼ିଓ ଅଟଳ ବିହାରୀ ସ୍ୱାଇଁ, ରଘୁନାଥପୁର ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ,ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ,ମହିଳା ବିଜେଡ଼ି ସଭାପତି ଶାନ୍ତିଲତା ଦ୍ୱିବେଦୀ, ତିର୍ତୋଲ ବ୍ଲକ୍ ସଭାପତି ଗଙ୍ଗାଧର ବିଶ୍ୱାଳ, ତିର୍ତୋଲ ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲାପରିଷଦ ସଭ୍ୟା ମିତାଳି ରାଉଳ,ତିର୍ତୋଲ ବ୍ଲକ୍ ପୂର୍ବତନ ସଭାପତି ବସନ୍ତ କୁମାର ମହାପାତ୍ର,ଓଡ଼ିଶା ମୋ ପରିବାର ସଦସ୍ୟ ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ଜିଲା ବିଜେଡ଼ି ଉପସଭାପତି ସରୋଜକାନ୍ତ ସ୍ୱାଇଁ, ଜିଲା ବିଜେଡ଼ି ସମ୍ପାଦକ ତାରାକାନ୍ତ ଜେନା,ଜିଲା ଯୁବ ବିଜେଡ଼ି ସମ୍ପାଦକ ଅନ୍ତର୍ଯ୍ୟମୀ ରାଉତ, ଜିଲା କାର୍ଯ୍ୟକାରୀଣୀ ସଦସ୍ୟ ମାନସ କୁମାର ଦାସ, ଅନୀଲ ମହାନ୍ତି , ଅନ୍ତର୍ଯ୍ୟମୀ ସାମଲ, କୁଂଜ ବିହାରୀ ସ୍ୱାଇଁ, ନିରାକାର ଖୁଂଟିଆ,ସରପଂଚ ବିଜୟ କୁମାର ସ୍ୱାଇଁ, ଶିବରାମ ସାହୁ, ରବିନ୍ଦ୍ରନାଥ ସ୍ୱାଇଁ, ସାଂସଦ ପ୍ରତିନିଧି ଗୌତମ ପାଲିତ, ପରମାନନ୍ଦ ସ୍ୱାଇଁ, ସମିତି ସଭ୍ୟ ସାରୋଜକୁମାର ଦାସ, ସୌମ୍ୟ ସରିତ ରାଟସିଂ, ସଂଜୟ କୁମାର ସ୍ୱାଇଁ, ବିନୋଦ କୁମାର ମଲିକ ଙ୍କ ସମେତ ବହୁ ସଂଖ୍ୟାରେ ବିଜେଡ଼ିର କର୍ମୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର