Saturday , August 20 2022
Breaking News
Home / ବିଶେଷ / ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ଶାରଦୀୟ ବନ୍ଧୁ ମିଳନ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ଶାରଦୀୟ ବନ୍ଧୁ ମିଳନ

କିଶନନଗର, ୧୬/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ବିକାଶ ପ୍ରତିଷ୍ଠାନ ତରଫରୁ ଶାରଦୀୟ ବନ୍ଧୁ ମିଳନ ପଟଣା ସ୍ଥିତ କାର୍ୟ୍ୟାଳୟରେ ଅନୁଷ୍ଠିତ ହେଇଯାଇଛି । ସଭାପତି ଇଂ.ଅଶୋକ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସରୋଜ ନଳିନୀ ପରିଜା,ସାଂସ୍କୃତିକ ସଂଯୋଜକ ରୁଦ୍ର ନାରାୟଣ ଦାସ୍,ବରିଷ୍ଠ ସଦସ୍ୟ ବିନୋଦ ବେହେରା,ପ୍ରଭାତ କୁମାର ଖଟୁଆ, କାର୍ତ୍ତିକ ଚନ୍ଦ୍ର ଦାସ,ହରିବନ୍ଧୁ ଆଚାର୍ୟ୍ୟ,୪୨ମୌଜା ଯାଦବ ମହାସଭାର ସଭାପତି ବୁଲେଇ ବେହେରା,ନଟବର ବେହେରା, ମାଧବ ଚନ୍ଦ୍ର ପରିଡା,ଉପେନ୍ଦ୍ର ବାରିକ୍, ଶୁଭେନ୍ଦୁ ଦାସ ମହାପାତ୍ର, ଶ୍ରୀବନ୍ତିକା ମହାନ୍ତି ଏବଂ ସରସ୍ୱତୀ କଳା ପରିଷଦ କନ୍ଦରପୁର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,ଇଂ.ସେବକ ଶ୍ରୀକାନ୍ତ,ଅଧ୍ୟାପକ ପ୍ରଫୁଲ୍ଲ ଦାସ,ସାମ୍ବାଦିକ ବିଭୁ ପ୍ରସାଦ ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରସ୍ୱତୀ କଳା ପରିଷଦର କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସଭାପତି ତାଙ୍କ ଅଭିଭାଷଣରେ ମନ୍ତବ୍ୟ ରଖିବା ସହ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ ଓ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.