Wednesday , December 1 2021
Breaking News
Home / ବିଶେଷ / ଦୁର୍ଘଟଣାରେ ସୁନା ବ୍ୟବସାୟୀଙ୍କ ମୃତୁ୍ୟ

ଦୁର୍ଘଟଣାରେ ସୁନା ବ୍ୟବସାୟୀଙ୍କ ମୃତୁ୍ୟ

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ସୁନା ବ୍ୟବସାୟୀ ପ୍ରଦିପ୍ତ କୁମାର ସାହୁ(୩୦)ଙ୍କ ଏକ ସଡକ ଦୁର୍ଘଟଣାରେ ମୃତୁ୍ୟ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ପଟିଆରେ ଏହି ଦୁର୍ଘଟଣା ଘଟିଛି । ପ୍ରଦିପ୍ତ ଏକ ବାଇକରେ ଯାଉଥିବା ବେଳେ ଏକ ଟ୍ରକ ପଛରେ ପିଟି ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର  ଗତ ଗୁରୁବାର ମୃତୁ୍ୟ ହୋଇଯାଇଥିଲା । ମୃତଦେହକୁ ବ୍ୟବଚ୍ଛେଦ ପରେ କେନ୍ଦ୍ରାପଡ଼ାସ୍ଥିତ ତାଙ୍କ ବାସଭବନକୁ  ଅଣାଯାଇଥିଲା ।  ମୃତଦେହ କେନ୍ଦ୍ରାପଡ଼ାରେ ପହଂଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଦିପ୍ତ କାକଟ ମଙ୍ଗଳା କ୍ଲବର ସଂପାଦକ ଥିଲେ । ସେ କେନ୍ଦ୍ରାପଡ଼ାରେ ବିଭିନ୍ନ ପ୍ରକାର ସମାଜସେବା କାର୍ଯ୍ୟରେ ନିୟୋଜିତ ଥିଲେ । କଜଳା ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *