Friday , September 29 2023
Breaking News
Home / ରାଜନୀତି / ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ : କଂଗ୍ରେସ ଦଳ ପକ୍ଷରୁ ଥାନା ସମ୍ମୁଖରେ ଧାରଣା

ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ : କଂଗ୍ରେସ ଦଳ ପକ୍ଷରୁ ଥାନା ସମ୍ମୁଖରେ ଧାରଣା

କଳାହାଣ୍ଡି ,୧୫/୧୦/୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଆଜି ଗୋଳାମୁଣ୍ଡା ବ୍ଲକ କେ – ଗାଁ ଥାନା ସମ୍ମୁଖରେ ଗୋଳାମୁଣ୍ଡା ବ୍ଲକ ଓ ଜିଲ୍ଲା ଜାତୀୟ କଂଗ୍ରେସ ଦଳ ପକ୍ଷରୁ ମହାଳିଙ୍ଗ ଘେରୋଇ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେର ଙ୍କ ନିଖୋଜ ମାମଲାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।
ଗତ ୭ତାରିଖ ରୁ ମହାଳିଙ୍ଗ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜଅଛନ୍ତି । ତାଙ୍କ ପରିବାର ଲୋକେ ସାଙ୍ଗ ସାଥି ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲାପରେ କୌଣସି ସଠିକ ତଥ୍ୟ ନ ପାଇବାରୁ ସିନ୍ଧେକଳା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ କୁ ନେଇ ସିନ୍ଧେକଳା ପୋଲିସ ତଦନ୍ତ ଜାରି ରଖିଛି । ଶେଷରେ ଗତ ୧୨ ତାରିଖରେ ବଲାଙ୍ଗୀର ଏସଡ଼ିପିଓ ଏବଂ ସିନ୍ଧେକଳା ପୋଲିସ କେ-ଗାଁ ଥାନା କୁ ଆସି କେ-ଗାଁ ପୋଲିସ ସାହାଯ୍ୟ ରେ ଘରୋଇ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ନେଇଥିବା ଜଣାପଡିଛି । ବୁଧବାର ସିନ୍ଧେକଳା ଓ କେ-ଗାଁ ପୋଲିସ ଗୋବିନ୍ଦ ସାହୁଙ୍କ ବ୍ୟବହୃତ କାରକୁ ଅଢେଇ ଘଣ୍ଟା ଧରି ତଦନ୍ତ କରିବା ପରେ କାର କୁ ସିନ୍ଧେକଳା ପୋଲିସ ନେଇଥିବା ଜନ ମହଲରେ ଚର୍ଚ୍ଚା ହେଉଛି । ଶୁକ୍ରବାର ସିନ୍ଧେକଳା ପୋଲିସ ଓ କେ-ଗାଁ ମହାଳିଙ୍ଗ ଘରୋଇ ସ୍କୁଲରେ ପହଂଚି ଦୀର୍ଘ ୪ ଘଣ୍ଟା ଧରି ତଦନ୍ତ କରିଥିଲେ । ହେଲେ ସିନ୍ଧେକଳା ପୋଲିସ ଆଇଆଇସି ପଞ୍ଚାନନ ନାଏକଙ୍କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଅଧ୍ୟକ୍ଷା ମମିତା ମେହେର ଙ୍କ ନିଖୋଜ ପଛରେ ଅଧ୍ୟାପକ ଓ ସ୍କୁଲ ମାଲିକ ଙ୍କର କିଛି ସମ୍ପୃକ୍ତି ଥାଇ ପାରେ ବୋଲି ଲୋକଲୋଚନରେ ଖବର ସାମ୍ନାକୁ ଆସୁଛି । ଏପରିସ୍ଥିତିରେ ଅଧ୍ୟାପିକା ନିଖୋଜ ନେଇ ଅଞ୍ଚଳରେ ଛାଞ୍ଚଲ୍ୟ ଖେଳିଯାଇଛି । ଏପଟେ ନିଖୋଜ ଅଧ୍ୟକ୍ଷା ମମତା ମେହେରଙ୍କ ପରିବାରକୁ କିଛି ଅଦୃଶ୍ୟ ଶକ୍ତିର ଚାପ ଫଳରେ ଗଣମାଧ୍ୟମ ସମ୍ମୁଖରେ ସେମାନେ ମୁହଁ ଖୋଲୁନାହାନ୍ତି । ଏହି ନିଖୋଜ ଘଟଣାରେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ସମ୍ପୃକ୍ତ ଥାଇ ପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *