Friday , September 22 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ମାହାଙ୍ଗା, ୧୬/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଓଡିଆ ଗୀତିନାଟ୍ୟ ଜଗତର ମଉଡମଣୀ, ପ୍ରଥିତଯଶା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜନ୍ମ ଜୟନ୍ତୀ ଆସନ୍ତା ୨୦ ତାରିଖ ସକାଳେ ଆୟୋଜିତ ହେଵ । ଓଡ଼ିଆ ଯାତ୍ରା ନାଟକର ଏନ୍ତୁଡ଼ିଶାଳ, ନାଟ୍ୟ କଳାର ତୀର୍ଥକ୍ଷେତ୍ର କୋଠପଦା ଠାରେ କୁମାର ପୂର୍ଣ୍ଣମୀ ଦିନ ପାଳନ ହେବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି । ଚଳିତ ବର୍ଷ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ, ମାହାଙ୍ଗା ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜିତ ହେବବୋଲି ଅନୁଷ୍ଠାନର ସମ୍ପାଦକ ହୃଷିକେଶ ସ୍ୱାଇଁ ସୂଚନା ଦେଇଥିଲେ । ଶନିବାର ସନ୍ଧ୍ୟାରେ ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପ୍ରଧାନଶିକ୍ଷକ କିଶୋର ଦାଶ, ସାହିତ୍ୟିକ ଅଖିଳେଶ ମହାନ୍ତି, ଶିକ୍ଷାବିତ ଅଲେଖ ଦାସ, ପୂର୍ବତନ ସରପଞ୍ଚ ସୁବାଷ ବେହେରା, ହେମନ୍ତ ପ୍ରଧାନ, ଶରତ ବେହେରା, ସରପଞ୍ଚଙ୍କ ପ୍ରତିନିଧି ରଘୁନାଥ ଜେନା, ସମିତିସଭ୍ୟ ଲକ୍ଷ୍ମୀଧର ବେହେରା,ପ୍ରମୁଖ ଆଲୋଚନାରେ ଭାଗନେଇ ଜୟନ୍ତୀ ସମାରୋହକୁ ସଫଳ କରିବାପାଇଁ ବକ୍ତବ୍ୟ ରଖିଥିଲେ । ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ପାଣି ଜୟନ୍ତୀ ସମାରୋହକୁ ଉଦଘାଟନ କରିବାକୁ ନିଷ୍ପତି ନିଆଯାଇଥିଲା ।
ଜନ୍ମ ପୀଠରେ ଭଜନ- କୀର୍ତ୍ତନ, ପୂଜାର୍ଚନା, ଶ୍ରଦ୍ଧାଞ୍ଜଳି ସଭା ଓ ପୁଷ୍ପମାଲ୍ୟ ଆଦି କାର୍ୟ୍ୟକ୍ରମ ପାଇଁ ସ୍ଥିର କରାଯାଇଥିଲା । ଏହି ବୈଠକରେ ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ବଟକୃଷ୍ଣ ଦାଶ ରମାକାନ୍ତ ପଣ୍ଡା, ହେମନ୍ତ ମହାନ୍ତି,ଗଣେଶ ବିହାରୀ, ସୁଧାଂଶୁ ପାଣି,ମାଗୁଣି ସାମଲ,ଜଗନ୍ନାଥ ନାୟକ,ଦୀପକ ଦାସ,ତାରାକାନ୍ତ ମହାପାତ୍ର, ମନୋଜ ଦାସ, ପ୍ରଭାସ ଦାଶ,ରବୀନ୍ଦ୍ର ପୃଷ୍ଟି,ଅଜୟ ନନ୍ଦ, ନନ୍ଦକିଶୋର ପଣ୍ଡା,ରତିକାନ୍ତ ପୃଷ୍ଟି, ସମିରଣ ରାଉତ, ଅମୂଲ୍ୟ ପଲେଇ,ପ୍ରମୁଖ ବହୁ ପାଣିପ୍ରେମୀ ଉପସ୍ଥିତ ଥିଲେ ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *