କଟକ /କଟକ ସଦର, ୧୬/୧୦/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ ଓ ଵିଷ୍ଣୁ ବେହେରା): କମିଶନରେଟ୍ ପୋଲିସ ଅଧିନସ୍ଥ କନ୍ଦରପୁର ଥାନା ଅନ୍ତର୍ଗତ ଅଥଙ୍ଗା- ବମ୍ବୁରୀ କାଠଯୋଡ଼ି ନଦୀବନ୍ଧରେ ପୋଲିସ୍ ର ଏକକାଉଂଟର ରେ ଦୁର୍ଦ୍ଧାନ୍ତ ଅପରାଧୀ ରାକେଶ ଦାସ ଆଲିଆସ୍ ରାକା ଆହତ ହୋଇଛି । ଆହତ ହାର୍ଡକୋର ଅପରାଧୀ ରାକାକୁ ଚିକିତ୍ସା ପାଇଁ କଟକ ଵଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଶନିବାର ବଢ଼ିଭୋର ସମୟରେ ଏହି ଏନକାଉଣ୍ଟର ହୋଇଛି । ରାକା ଠାରୁ ଏକ ୭ ଏମଏମ ଦେଶି ବନ୍ଧୁକ, ୩ ରାଉଣ୍ଡ ଜୀବନ୍ତ ଗୁଳି,ଓଡ଼ି-୨୧-ଏମ-୬୪୯୩ ନମ୍ବର ଥିବା ଟିଭିଏସ ଆପାଚି ମୋଟର ସାଇକେଲ ଜବତ ହୋଇଛି । ବାଲିକୁଦା ଥାନା ଅଧିନସ୍ଥ ଅଳାଭର ଗ୍ରାମର ଚତୁର୍ଭୁଜ ଦାସ ଙ୍କ ପୁଅ ରାକେଶ ଦାସ ଆଲିଆସ୍ ରାକା । ତା ନାମରେ ଜଗତପୁର, ବାଲିକୁଦା,ଏରସମା,ଜଗତସିଂହପୁର, ତିର୍ତୋଲ,କନ୍ଦରପୁର ଆଦି ଥାନାରେ ୧୦ ଟି ଅପରାଧୀକ ମାମଲା ରହିଥିବା କଟକ ଡ଼ିସିପି ଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ନୋଟ୍ ରେ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ , ଗତ କିଛିଦିନ ହେଲା କନ୍ଦରପୁର- ନୂଆଗାଁ ୫୫ ନମ୍ଵର ଜାତୀୟ ରାଜପଥ ରେ ରାହାଜାନୀ ଘଟି ଚାଲିଥିବା ଯୋଗୁ ପୋଲିସ ଆଖିରୁ ନିଦ ହଜିଯାଇଛି। ଗତ ମାସକ ତଳେ ଏହି ରାସ୍ତା ର ଅଥଙ୍ଗା ଠାରେ ଜଗତସିଂହପୁର ଥାନା କେନ୍ଦାଳ ଅଞ୍ଚଳର ଜଣେ ମାଲଗୋଦାମ ଵ୍ୟଵସାୟୀଙ୍କ ଠାରୁ ଵନ୍ଧୁକ ମାରି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ପୋଲିସ ପକ୍ଷରୁ ଉକ୍ତ ରାସ୍ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା। ଆଜି ଭୋରରୁ ବାଲିକୁଦା ଥାନା ଅଳାଭର ଅଞ୍ଚଳର ହାର୍ଡକୋର ଅପରାଧୀ ରାକା ଓରଫ ରାକେଶ ଦାସ ଏକ ଆପାଚି ମଟରସାଇକେଲ ଯୋଗେ କଟକ ଆସୁଥିବା ବେଳେ ପୋଲିସ ହାଵୁଡରେ ପଡ଼ିଥିଲା। ପୋଲିସ୍ ଅଟକାଇବାକୁ ଚେଷ୍ଟା କରୁଥିବା ଵେଳେ ଅପରାଧୀ ପୋଲିସ୍ ଉପରକୁ ଗୁଳିଚାଳନା କରିଥିଲା। ସେଥିପାଇଁ ଆଇଆଇସି ବିପିନ ବିହାରୀ ହୋତା ଓ ଏସ୍ ଆଇ ରାଧାକାନ୍ତ ସେଠୀ ଆହତ ହୋଇଥିଲେ । ଆତ୍ମସମର୍ପଣ କରିବା ପାଇଁ ପୋଲିସ୍ ର ବାରମ୍ବାର ତାଗିଦ ସତ୍ୱେ ସେ ନମାନି ପୁଣି ପୋଲିସ ଉପରକୁ ଗୁଳି ଚଳାଇବାରୁ ଜୀଵରକ୍ଷା ପାଇଁ ଅପରାଧୀ ଉପରକୁ ପୋଲିସ୍ ପାଲଟା ଏକାଉଣ୍ଟର କରିଥିଲେ । ଏଥିରେ ଅପରାଧୀ ରାକାର ଡାହାଣ ଗୋଡରେ ଗୁଳି ବାଜିବାରୁ ସେ ଆହତ ହେବା ପରେ ପୋଲିସ ତାକୁ କାବୁ କରିନେଇଥିଲେ । । କନ୍ଦରପୁର ପୋଲିସର ପ୍ରଥମ ଏନକାଉଣ୍ଟର ଯୋଗୁ ଅଞ୍ଚଳରେ ଅପରାଧୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଓଡ଼ିଶା ସମାଚାର
Home / ତାଜା ଖବର / କନ୍ଦରପୁର ଥାନା ପୋଲିସ୍ ର ଏନକାଉଣ୍ଟର୍ – ଦୁର୍ଦ୍ଧାନ୍ତ ଅପରାଧୀ ରାକା ଆହତ , ବନ୍ଧୁକ, ଗୁଳି ଜବତ