Tuesday , June 6 2023
Breaking News
Home / ବିଶେଷ / ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ
ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ ସାମଗ୍ରୀର ବହୁଳ ବ୍ୟବହାର ତଥା ଭୋକାଲ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଦେଶରେ ଆୟୋଜନ ହେଉଥିବା “ହୁନର ହାଟ” ଆଗାମୀ ଦିିନରେ ଦେଶରେ କାରିଗରଙ୍କ ଦ୍ୱାରା ଉତ୍ପାଦିତ ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଉତରପ୍ରଦେଶ ରାମପୁର ଠାରେ “ହୁନର ହାଟ”ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ହୁନର ତଥା କଳାତ୍ମକ ଓ କାରିଗରୀ କାର୍ଯ୍ୟ ସହ ଯୋଡି ହୋଇଥିବା ଲୋକଙ୍କ ପାଇଁ ଗର୍ବ କରିବାକୁ ଆହ୍ୱାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସାରା ଦେଶରେ ହୁନର ହାଟର ଆୟୋଜନ କରାଯାଉଛି । ଏହି ମେଳା ମାଧ୍ୟମରେ ସମଗ୍ର ଭାରତ ବର୍ଷରେ ଶିଳ୍ପୀ, କାରିଗର ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ସାମଗ୍ରୀକୁ ଏକ ସାଙ୍ଗରେ ଅଣାଯାଇଛି । ଭୋକାଲ୍ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେବା ଏବଂ ଆମର ସଭ୍ୟତା ଓ ସଂସ୍କୃତିରେ ସମସ୍ତଙ୍କୁ ଯୋଡ଼ିବା ପାଇଁ ଏହା ଏକ ଭଲ ପ୍ରୟାସ ।
ଦେଶର ପ୍ରତିଟି ଘରେ ଘରେ କାରିଗରୀ ଓ ହୁନର ଅଛି । କିନ୍ତୁ ଏହାକୁ ସମ୍ମାନ ଦେବା ସହ ଉକ୍ରୃଷ୍ଟ ମାନର ସାମଗ୍ରୀ କିଭଳି ଉତ୍ପାଦନ ହୋଇପାରିବ ଏବଂ ଏହାକୁ ବଜାରରେ ଅଣାଯାଇ ଦେଶ ବିଦେଶରେ ମଧ୍ୟ ବିକ୍ରି କରାଯାଇପାରିବ ତାହା ଚାଲେଞ୍ଜ୍ ହୋଇଛି । ଏହି ପରିପ୍ରେକ୍ଷୀରେ ହୁନର ହାଟ୍ ଏହି ଚ୍ୟାଲେଞ୍ଜକୁ ସମାଧାନ କରିବା ଦିଗରେ ବଡ ଭୂମିକା ଗ୍ରହଣ କରିବ । ଦେଶର କୋଣ ଅନୁକୋଣର ଦକ୍ଷତାପୂର୍ଣ୍ଣ କାରିଗରଙ୍କୁ ବଜାର ଓ ରୋଜଗାର ସୁଯୋଗ ଯୋଗାଉଥିବା ‘ହୁନର ହାଟ’ ବିରଳ ଚମକôାର ଦେଶୀ ହାତ ତିଆରି ସାମଗ୍ରୀର ଏକ ବିଶ୍ୱସନୀୟ ବିପଣନ କେନ୍ଦ୍ର ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଦୀର୍ଘ ୩୪ ବର୍ଷ ପରେ ପ୍ରଣୟନ ହୋଇଥିବା ନୂଆ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ପାଠପଢା ସହ ରୋଜଗାରକୁ ପ୍ରାଥମିକତା ଦିଆଯାଇଛି । ଆଗାମୀ ଦିନରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଶିଳ୍ପୀକାର ତଥା କାରିଗରୀଙ୍କୁ ଅଧିକ ରୋଜଗାର ସହ ଆତ୍ମସମ୍ମାନ ପ୍ରଦାନ କରିବ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସମସ୍ତ ବର୍ଗ ବିଶେଷ ଭାବରେ ସଂଖ୍ୟାଲଘୁ ଲୋକଙ୍କ କଲ୍ୟାଣକୁ ଧ୍ୟାନ ଦେଇଛନ୍ତି । ଉତରପ୍ରଦେଶକୁ ଆତ୍ମନିର୍ଭର କରିବା ପାଇଁ, କଲ୍ୟାଣକାରୀ ନୀତିଙ୍କୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ।
ଉଲ୍ଲେଖଯୋଗ୍ୟ, ରାମପୁରରେ ଆୟୋଜିତ “ହୁନର ହାଟ”ରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ଏବଂ କେନ୍ଦ୍ର ରାଷ୍ଟ୍ର ସଂସଦୀୟ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନଙ୍କ କରକମଳରେ ଦେଶର ପ୍ରଥମ ବିଶ୍ୱକର୍ମା ବାଟିକା ଲଗାଯାଇଥିଲା । ବିଶ୍ୱକର୍ମା ବାଟିକା ଭଳି ଅଭିନବ ପଦକ୍ଷେପ ଦ୍ୱାରା ଲୋକମାନେ ସ୍ୱଦେଶୀ କାରିଗରୀ ଏବଂ ଅନ୍ୟ ପରମ୍ପରାଗତ କାରିଗରଙ୍କ କୌଶଳକୁ ବୁଝିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.