Saturday , August 13 2022
Breaking News
Home / ବିଶେଷ / ଆଇଏଏସ୍ ସ୍ତରରେ ଅଦଳବଦଳ

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୬/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍ଡିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ସେହିପରି ଓଏଫଡିସି ଅଧ୍ୟକ୍ଷ ଭାବେ କାର୍ୟ୍ୟରତ ପରାଗ ଗୁପ୍ତା ଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ସେହିପରି ସେ ସ୍ଥାନରେ ଥିବା ବିଜୟ ଅରୋରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି।
ପ୍ରଦୀପ୍ତ ମହାପାତ୍ର ଗତ ସେପ୍ଟେମ୍ବର ୧୪ ତାରିଖ ଠାରୁ ଅକ୍ଟୋବର ୧୫ ତାରିଖ ଯାଏଁ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଥିଲେ।ଦଶହରା ଛୁଟି ପରେ ଆଜି ସ୍ୱାସ୍ଥ୍ୟ ସଚିବ ଭାବେ କାର୍ୟ୍ୟରେ ଯୋଗ ଦେଇଥିଲେ। ସେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ବଦଳି କରାଯାଇଛି । ସେ ଜଣେ କ୍ରାଇସିସ ମ୍ୟାନେଜର ଭାବେ କାର୍ଯ୍ୟକରୁଥିଲେ । ଗତ କରୋନା ସଂକ୍ରମଣ ସମୟରେ ସ୍ୱାସ୍ଥ୍ୟ ସଚିବ ଭାବେ ତାଙ୍କର କାର୍ଯ୍ୟ ଖୁବ୍ ଭଲ ଥିଲା । ତେଣୁ ଛୁଟିରୁ ଫେରିଲେ ତାଙ୍କୁ ପୁଣି ସେହି ପଦବି ରେ ରଖାଯିବ ବୋଲି ସମସ୍ତେ ଭାବୁଥିଲେ ହେଲେ ସେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ବଦଳି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.