କଟକ ସଦର, ୧୬/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): ସରକାରଙ୍କ କୋଭିଡ୍ ଏସଓପି ମଧ୍ୟରେ ଚଳିତବର୍ଷ ଦଶହରା ଦୂର୍ଗାପୂଜା ପାଳନ କରାଯାଇଥିଲା ଵେଳେ ମାହୋଲ ପୁରାପୁରି ଫିକା ପଡିଯାଇଥିଲା। ସେଥିରେ ଆଜି ଶନିଵାର ଭସାଣି ପାଇଁ ମଧ୍ୟ ଅନୁରୂପ କଟକଣା ଯୋଗୁ ବିସର୍ଜନ ମାହୋଲ ଵି ଫିକା ପଡିଛି।ଦେଵୀ ଗଡା ଠାରେ ଅସ୍ଥାୟୀ ପୋଖରୀରେ କଟକର ୧୬୦ ଟି ପୂଜା ମଣ୍ଡପର ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା ହୋଇଥିଵା ଵେଳେ ସଂଧ୍ୟା ୬ ମଧ୍ୟରେ ମୂର୍ତ୍ତି ବିସର୍ଜନ ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା। ଯେଉଁ ପୂଜା ମଣ୍ଡପର ମୂର୍ତ୍ତି ନିର୍ଧାରିତ ସମୟରେ ବିସର୍ଜନ ହୋଇପାରିନାହିଁ ସେମାନେ ଆସନ୍ତା କାଲି ବିସର୍ଜନ କରିପାରିଵେ ଵୋଲି ନିର୍ଦେଶନାମା ଜାରି କରାଯାଇଛି। ଭସାଣି ରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଵା ଜଣାଯାଇଛି। ଓଡ଼ିଶା ସମାଚାର