କଟକ ସଦର, ୧୬/୧୦/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କନ୍ଦରପୁର ଥାନା ଅନ୍ତର୍ଗତ ତଥା ଜଳସଂପଦ ବିଭାଗ ଅଧିନସ୍ଥ ଅଥଙ୍ଗା ଠାରୁ ପରମହଂସ ପର୍ୟ୍ୟନ୍ତ ୩ କିମି କାଠଯୋଡି ନଦୀବନ୍ଧ ରାସ୍ତା ଏଵେ ଅପରାଧୀ ଓ ମଦ୍ୟପମାନଙ୍କ ଅଭୟାରଣ୍ୟ ପାଲଟି ଥିଵା ଅଭିଯୋଗ ହେଉଛି। ରାସ୍ତାର ଦୁଇ ପାର୍ଶ୍ଵରେ ଜଙ୍ଗଲ ଭର୍ତ୍ତି ହୋଇଯିଵା ଫଳରେ ଏହା ଏକ ଜଙ୍ଗଲି ରାସ୍ତାର ଭ୍ରମ ସୃଷ୍ଟି କରୁଛି।ଏହି ନିଛାଟିଆ ରାସ୍ତା ରେ ରାତି ତ ରାତି ଦିନରେ ଵି କେହି ଯିଵାକୁ ଭୟ କରୁଛନ୍ତି। ଏଥିପାଇଁ ଏହି ରାସ୍ତା କେଵଳ ଅପରାଧୀ ଙ୍କ ପାଇଁ ଚରାଭୂଇଁ ପାଲଟି ଥିଵା ଵେଳେ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି।ଏହି ନିଛାଟିଆ ରାସ୍ତା ଦେଇ ଵହୁ ହାର୍ଡକୋର ଅପରାଧୀ ମାନେ ଅନାୟସରେ ଚଳପ୍ରଚଳ କରୁଥିଵା ଦେଖାଯାଉଛି।ସେଥିରେ ରାସ୍ତା ସାରା ମଦ ଵୋତଲ ଠାରୁ ମଦୁଆଙ୍କର ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ସଵୁ ପଡିଥିଵା ଦେଖିଵାକୁ ମିଳିଛି। ଜଳସମ୍ପଦ ଵିଭାଗ ଉକ୍ତ ରାସ୍ତାରେ ଜଙ୍ଗଲ ସଫା କରିଵା ସହିତ ପୋଲିସ୍ ପକ୍ଷରୁ କଡା ପହରା ବ୍ୟବସ୍ଥା କରିଵାକୁ ସାଧାରଣରେ ଦାବି ହେଉଛି।ଓଡ଼ିଶା ସମାଚାର