Saturday , June 3 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ସମୀର ଟିଭିଏସରେ ନୂଆ ଟିଭିଏସ ରେଡର

ସମୀର ଟିଭିଏସରେ ନୂଆ ଟିଭିଏସ ରେଡର

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅଗ୍ରଣୀ ଦୁଇ ଚକିଆ ଗାଡିର ବିକ୍ରେତା “ସମୀର ଟିଭିଏସ” ପକ୍ଷରୁ ଏକ ନୂତନ ମଟରସାଇକେଲ ‘ଟିଭିଏସ ରେଡର’ ଅନାବରଣ କରାଯିବା ସହିତ ବଜାର ପ୍ରବେଶ କରାଯାଇଛି । ୧୨୫ସିସି ଇଞ୍ଜିନ ବିଶିଷ୍ଟ ଏହି ଗାଡିରେ ଅତ୍ୟାଧୁନିକ ଭାଲଭ ଟେକ୍ନୋଲୋଜି, ଜି.ପି.ଆର.ଏସ. ବ୍ୟବସ୍ଥା ସହ  ମୋବାଇଲ ସଂଯୋଗ ମଧ୍ୟ ଉପଲବ୍ଧ ରହିଛି । ଯୁବବର୍ଗଙ୍କୁ ସୁହାଇଲା ଭଳି ସମ୍ପୂର୍ଣ୍ଣ ଏରୋ ଡାଇନାମିକ ଚେହେରା, ଅଧିକ ମାଇଲେଜ ପାଇଁ ଇକୋ ପାୱାର ମୋଡ, ଅଧିକ ପିକଅପ ବ୍ୟବସ୍ଥା ଥିବା ଏହି ଗାଡିର ମୂଲ୍ୟ ଡିସବ୍ରେକ ସହ ୮୮ହଜାର ୩୦୧ଟଙ୍କାରୁ ଆରମ୍ଭ ହେଉଛି । ଏହି ଗାଡିରେ ବ୍ଲୁଟୁଥ ସିଷ୍ଟମ ସହ ମୋନୋ ସକଅବଜରଭର, ହେଲମେଟ ରିମାଇଣ୍ଡର, ସାଇଡ ଷ୍ଟାଣ୍ଡ ରିମାଇଣ୍ଡର ବ୍ୟବସ୍ଥା ରହିଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ସମୀର ଟିଭିଏସର ପରିଚାଳନା ସଦସ୍ୟ ସମୀର କୁମାର ଚାନ୍ଦ ଗାଡିର ଅନାବରଣ କରିବା ସହ ପ୍ରଥମ ଗାଡି ଗ୍ରାହକଙ୍କୁ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମରେ ଶୋରୁମ ପରିଚାଳକ ପ୍ରକାଶ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀପ୍ରିୟା ମହାପାତ୍ର, ଅନିଜା ଜେନା, ଲକ୍ଷ୍ମଣ ବେହେରା, ସୋନାଲି ଦାସଙ୍କ ସମେତ ସମସ୍ତ ଫାଇନାନ୍ସ କମ୍ପାନୀର ପରିଚାଳକମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.