କଟକ ସଦର, ୧୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦର ବ୍ଲକ୍ ଅନ୍ତର୍ଗତ ପରମହଂସ ପଞ୍ଚାୟତ ର ଉଦିୟମାନ ଯୁଵ ସମାଜସେବୀ ତଥା ବ୍ଲକ୍ ଯୁଵ ଵିଜେଡି ସାଧାରଣ ସମ୍ପାଦକ ସଂଜୀବ କୁମାର ବେହେରା ଙ୍କର ଆଜି ଶୁକ୍ରବାର ବିଜୟା ଦଶମୀ ରେ ହୃଦଘାତରେ ଅକାଳ ଵିୟୋଗ ଘଟିଛି।ତାଙ୍କ ବିୟୋଗରେ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ସମେତ ଜିଲ୍ଲା ଵିଜେଡି ସାଧାରଣ ସମ୍ପାଦକ ସମର ବେହେରା, ଆତ୍ମାର ସଭାପତି ରଜନୀକାନ୍ତ ସାହୁ, ବ୍ଲକ୍ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ଉପାଧ୍ୟକ୍ଷ ବିଭୂତି ଭୁଶଣ ପରିଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।ତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ ମୃତ ଵାପୁ ପରମହଂସ ସରପଞ୍ଚ ମିନତୀ ବେହେରାଙ୍କ ପୁତୁରା ହୋଇଥିବା ଵେଳେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ୫ ନମ୍ଵର ଯୋନରୁ ଜିଲା ପରିଷଦ ସଭ୍ୟ ପାଇଁ ଆଶାୟୀ ଥିଲେ। ତାଙ୍କର ନିକଟରେ ଵିଵାହ ହୋଇଥିଲା। ଓଡ଼ିଶା ସମାଚାର
