Sunday , September 24 2023
Breaking News
Home / ବିଶେଷ / ମହାକାଳପଡା ବିକାଶ ମଂଚ ପକ୍ଷରୁ ପୂର୍ବତନ ସରପଂଚ  ଉତମ ଚରଣ ତରାଇଙ୍କ ଶ୍ରଦ୍ଧାଞ୍ଜଳି ସଭା

ମହାକାଳପଡା ବିକାଶ ମଂଚ ପକ୍ଷରୁ ପୂର୍ବତନ ସରପଂଚ  ଉତମ ଚରଣ ତରାଇଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମର ପୂର୍ବତନ ସରପଂଚ  ଉତମ ଚରଣ ତରାଇଙ୍କ ଏକାଦଶାହ ଅବସରରେ ମହାକାଳପଡା ବିକାଶ ମଂଚ ପକ୍ଷରୁ ତାଙ୍କ ବାସଭବନ ପରିସରରେ ପୂର୍ବତନ ସରପଂଚ ସୁରେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ତରାଇଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବିକାଶ ମଂଚର ପ୍ରତିଷ୍ଠାତା ସଭାପତି, ପରିବେଶବିତ୍ କାଶୀନାଥ ରାଉତରାୟ ପୂଜ୍ୟ ପୂଜା ପରମ୍ପରାକୁ ମହାକାଳପଡା ମାଟିରେ ଉଜ୍ଜିବିତ କରିବା ସହ ଆଗାମୀ ପିଢିକୁ ଅନୁପ୍ରାଣିତ କରାଇବା ଏହି ଶ୍ରଦ୍ଧାଞ୍ଜଳି ସଭାର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ସ୍ୱର୍ଗତ ତରାଇ ଜଣେ ସରଳ, ନିଷ୍କପଟ, ଦରଦୀ ମଣିଷ ଭାବେ ବିଜୟନଗର ଗ୍ରାମ ପଂଚାୟତର ଜନ ସାଧାରଣଙ୍କ ଶ୍ରଦ୍ଧା ଭାଜନ ପୂର୍ବକ ୪ଥର ସରପଂଚ ହୋଇ ଅନେକ ବିକାଶ ମୂଳକ କାର୍ଯ୍ୟକରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଏହି ଶୋକସଭାରେ ରାଜନଗର ବିଧାୟକ ଧୃବଚରଣ ସାହୁ,ବିଜୁ ଜନତା ଦଳର ବରିଷ୍ଠ ନେତା କୃତିବାସ ପାତ୍ର, କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଜୟ କୁମାର ପ୍ରଧାନ, ବିଷ୍ଣୁ ଚରଣ ଦାସ, ସନ୍ତୋଷ ପରିଡା, ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରବଣ କୁମାର ଜେନା, ମଂଚର ଆଇନଜୀବୀ ଅକ୍ଷୟ କୁମାର ନାଥ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରି ସ୍ୱର୍ଗତ ତରାଇ କେବଳ ବିଜୟନଗର ଗ୍ରାମପଂଚାୟତ ନୁହେଁ ମହାକାଳପଡା ବ୍ଲକର ଉନ୍ନତି ପାଇଁ  ନିଜର ଚେଷ୍ଟା ଜାରି ରଖିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ସ୍ମୃତି ସଭାରେ ସ୍ୱର୍ଗତ ତରାଇଙ୍କ ନୀତି ଆଦର୍ଶକୁ ଭିତିକରି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳାନିକେତନର ସମ୍ପାଦକ ବିମଳ ପ୍ରସାଦ ପରିଡା ଭାବପୂର୍ଣ୍ଣ ସଙ୍ଗୀତ ପରିବେଷଣ କରିଥିଲେ ।ଏହି ଅବସରରେ ମଂଚର ସଦସ୍ୟ ଧନେଶ୍ୱର ସେଠୀ, ନିରଞ୍ଜନ ଓଝା, ରାଜେଶ ମହାପାତ୍ର, ଟିଟୁ ଦାସ, ଶଙ୍କରର୍ଷଣ ସ୍ୱାଇଁ, କମଳାକାନ୍ତ ବାରିକ, ବୀରେନ୍ଦ୍ର ସାହୁ, ପବିତ୍ର ମାଇତି, ଜନ୍ମଞ୍ଜୟ ମଲ୍ଲିକ, ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ନିରୋଦ ନଳିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ମଂଚର ସମ୍ପାଦକ ବିଚିତ୍ରାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *