Sunday , January 23 2022
Breaking News
Home / ଶିକ୍ଷା / ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା, ବିଶ୍ୱବିଦ୍ୟାଳୟ ତାଲିକାରେ ହେଲା ଅନ୍ତର୍ଭୁକ୍ତ

ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା, ବିଶ୍ୱବିଦ୍ୟାଳୟ ତାଲିକାରେ ହେଲା ଅନ୍ତର୍ଭୁକ୍ତ

 କଟକ ସଦର, ୧୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ର ଛାତ୍ରୀଙ୍କୁ ନୂଆ ପରିଚୟ ଦେଵା ଏବଂ ରାଜ୍ୟରେ ଆଇନ୍ ଶିକ୍ଷାର ମାନ ବଢ଼ାଇବା ପାଇଁ କଟକ ସ୍ଥିତ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି। ଏନେଇ ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟର କୂଳସଚିବଙ୍କୁ ଅଵଗତ କରାଯାଇଛି। ପୁରାତନ ମଧୁସୂଦନ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରକୁ ୟୁଜିସି ଅଧିନିୟମ ୧୯୫୬ ଧାରା ୨(ଏଫ୍) ଅନୁଯାୟୀ ୟୁଜିସି ମାନ୍ୟତା ଦିଆଯାଇଛି। ୟୁଜିସି ଅଧିନିୟମ୧୯୫୬,ଧାରା୧୨(ଵି) ଅନୁସାରେ ଏହି ଆଇନ୍ ବିଶ୍ୱବିଦ୍ୟାଳୟକୁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ମିଳିଵ ଵୋଲି ଜଣାପଡିଛି। ଏଥିପାଇଁ ସଵୁ ମହଲରେ ଖୁସିର ଲହରୀ ଖେଳିଯାଇଛି। ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *