Friday , September 29 2023
Breaking News
Home / ତାଜା ଖବର / ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ – ଜଣେ ଗୁରୁତର ଆହତ

ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ – ଜଣେ ଗୁରୁତର ଆହତ

ଖୋର୍ଦ୍ଧା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପାରିବାରିକ ଗଣ୍ଡଗୋଳରୁ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କର ତଳି ପେଟରେ ଗୋଟିଏ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରା ଯାଇଛି । ପାରିବାରିକ ଗଣ୍ଡଗୋଳ ଏବଂ ଟଙ୍କା ଧାର ଦିଆନିଆ ଯୋଗୁଁ ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗୁଳିମାଡ଼ କରିଥିବା ବ୍ୟକ୍ତି ପ୍ରସନ୍ନ ନାୟକ ଜଣେ ପୂର୍ବତନ ସାମରିକ କର୍ମଚାରୀ । ଘଟଣା ପରେ ସେ ଫେରାର ହୋଇ ଯାଇଛନ୍ତି । ପୋଲିସର ତଦନ୍ତ ଚାଲୁ ରହିଛି । ଖୋର୍ଦ୍ଧା ଏସ୍ପି ରାଜକିଶୋର ଦୋରା ଘଟଣାର ତଦନ୍ତ ଚଳାଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *