Monday , November 29 2021
Breaking News
Home / ତାଜା ଖବର / ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୁନାପାଙ୍ଗାରେ ଛିଡା ହୋଇଥିବା ଟାଟା ମ୍ୟାଜିକ ର  ପଛପଟୁ ଧକ୍କାଦେଲା ବାଇକ ଆରୋହୀ, ଟାଉନର ସୁନାପାଙ୍ଗା ଠାରେ ଭାରସାମ୍ୟ ହରାଇ ବାଇକ ଓଡି-୧୨-ଏ -୬୫୭୩ ଟି ଟାଟା ମ୍ୟାଜିକ କୁ ପଛପଟୁ ଧକ୍କାଦେଇ ଯୁବକଙ୍କ ମୃତ୍ୟୁ ଘଟିଛି  । ମୃତକ ଜଣକ ବାରଖମା ପାତ୍ର ସାହିର ମଙ୍ଗରାଜ ଘଡେଇ (୩୫) ବୋଲି ଜଣାପଡିଛି ।   ଶୁକ୍ରବାର ଦିନ  କୌଣସି କାମରେ ଘରକୁ ଫେରୁଥିବା ବେଳେ ସୁନାପାଙ୍ଗା ନିକଟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ସମାଜସେବୀ ରାମାନନ୍ଦ ଘଡ଼ାଇଙ୍କ ସହ ବିଜେପି ର ନେତୃବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ, ପୋଲିସ୍ କୁ ଖବର ଦେଇଥିଲେ l ଗୁରୁତର ଅବସ୍ଥାରେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ହେଲେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।   ଘଟଣା ସ୍ଥଳରେ ଏସ୍.ଡି.ପିଓ ମନୋଜ ପୁଜାରି ପହଞ୍ଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l ଓଡିଶା ସମାଚାର

About admin

Check Also

ଠାକୁରମୁଣ୍ଡା ଚମକପୁର ଆବାସିକା ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ

କରଞ୍ଜିଆ ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ପ୍ରଥମେ ଭିମସାର , ତାପରେ ସୁନ୍ଦରଗଡର ଏକ ଆବାସିକ ବାଳିକା ବିଦ୍ୟାଳୟ ପରେ ଏବେ ମୟୁରଭଞ୍ଜ …

Leave a Reply

Your email address will not be published. Required fields are marked *