Saturday , August 20 2022
Breaking News
Home / ବିଶେଷ / ଜନ୍ମ କଲା ମାଁ ର ଅନ୍ତିମ ସତ୍କାର ପାଇଁ ଆସିଲା ନାହିଁ ଚାକିରିଆ ପୁଅ, ଶବ ସତ୍କାର କଲା ସଂକଲ୍ପ ପରିବାର

ଜନ୍ମ କଲା ମାଁ ର ଅନ୍ତିମ ସତ୍କାର ପାଇଁ ଆସିଲା ନାହିଁ ଚାକିରିଆ ପୁଅ, ଶବ ସତ୍କାର କଲା ସଂକଲ୍ପ ପରିବାର

ବରଗଡ, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ମାଁ ଜନ୍ମଦେଇଥିଲା ଦୁଇ ପୁଅ, ଆଜି ବ୍ୟାଙ୍କରେ ଚାକିରୀ କରି ବଡ଼ ଲୋକ ପାଳଟିଥିବା ଉଭୟ ପୁଅ ମାଁର ଶେଷ ସମୟରେ ମଧ୍ୟ ପାଖ ମାଡ଼ିଲେ ନାହିଁ ।ଶେଷ ଥର ପାଇଁ ମୁଁହ ଦେଖିବାକୁ ମଧ୍ୟ ଚାହିଁଲେ ନାହିଁ । ମାଁ ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶବ ସତ୍କାର ପାଇଁ ଆସିବାକୁ ମନାକରିଦେଇଥିଲେ । ଝିଅ ଓ ଜ୍ୱାଇଁଙ୍କ ଘରେ ରହୁଥିବା ବୃଦ୍ଧା ମାଁ ଙ୍କ ଶବ ପଡ଼ିରହିଥିବା ବେଳେ ଶବ ସତ୍କାର ପାଇଁ ଅସହାୟ ହୋଇପଡ଼ିଥିବା ଝିଅ ଓ ଜ୍ୱାଇଁ ଶେଷରେ ସମାଜସେବୀ ସଙ୍ଗଠନ ସଂକଲ୍ପ ପରିବାର ର ସହାୟତା ଲୋଡ଼ିଥିଲେ। ଏପରି ଏକ ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି ବରଗଡ଼ ୧୮ ନମ୍ବର ୱାର୍ଡ଼ ସ୍ଥିତ ଆଶାକିରନ ନିକଟସ୍ଥ ମାତୃବିହାର ଠାରେ ।
ସୂଚନା ଅନୁଯାୟୀ ୮୨ ବର୍ଷର ବୃଦ୍ଧା ମାୟା ବାନାର୍ଜୀ ଙ୍କର ଦୁଇ ପୁଅ ଏବଂ ଗୋଟେ ଝିଅ । ବଡ଼ ପୁଅ ଆଲୋକ ବାନାର୍ଜୀ ଏବଂ ସାନ ପୁଅ ମାଧବ ବାନାର୍ଜୀ ଉଭୟେ ଛତିଶଗଡ଼ ରାଜ୍ୟରେ ବ୍ୟାଙ୍କରେ ଚାକିରୀ କରନ୍ତି । ତେବେ ଝିଅ ଓ ଜ୍ୟୋଇଁ ଙ୍କ ସଙ୍ଗେ ବୃଦ୍ଧା ଜଣକ ବରଗଡ଼ରେ ରହୁଥିବା ବେଳେ ଗତ କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ରହିଥିଲା। ଚିକିତ୍ସିତ ଅବସ୍ଥାରେ ବୃଦ୍ଧା ଜଣଙ୍କର ଆଜି ଭୋର ୫ ଟାରେ ମୃତ୍ୟୁ ହୋଇଯାଇଥିବା ବେଳେ ପରିବାରରେ ଜ୍ୱାଇଁ ଏସ. ଏଲ ମୁଖାର୍ଜୀ ଓ ଝିଅ କାକୁଳି ମୁଖାର୍ଜୀ ଘରେ ଏକାକୀ ଥିବାରୁ ଶବ ସତ୍କାର ପାଇଁ ଅସହାୟ ହୋଇପଡ଼ିଥିଲେ । ଏହି ବଙ୍ଗାଳି ପରିବାର ବରଗଡ଼କୁ ଦୁଇ ବର୍ଷ ହେଲା ନୂତନ ଭାବେ ଆସି ରହୁଥିବା ବେଳେ ପାଖ ପଡ଼ୋଶୀ ଛଡ଼ା ତାଙ୍କ କେହି ସମ୍ପର୍କୀୟ ମଧ୍ୟ ବରଗଡ଼ରେ ନାହାନ୍ତି। ପଡ଼ୋଶୀ ସୁବୋଧ କୁମାର ସାହୁ ଏହି ଘଟଣା ବିଷୟରେ ସମାଜସେବୀ ସଙ୍ଗଠନ ସଂକଲ୍ପ ପରିବାରକୁ ଯୋଗାଯୋଗ କରି ଶବ ସତ୍କାର ପାଇଁ ସାହାଯ୍ୟ ମାଗିଥିଲେ । ତେବେ ଉକ୍ତ ପରିବାର ବାସକରୁଥିବା ଆଶା କିରନ ନିକଟସ୍ଥ ମାତୃବିହାର ବାସଭବନକୁ ସଂକଲ୍ପ ପରିବାର ପହଞ୍ଚିଥିଲା ଏବଂ ଶବ ସତ୍କାର ପାଇଁ ଲାଗିପଡିଥଲା । ଶବ ସତ୍କାର କରିବାକୁ ବରଗଡ଼ରେ କାଠ ମିଳିନଥିଲା ତେବେ କାଠର ଅଭାବ କାରଣରୁ ପଡ଼ୋଶୀ ସୁବୋଧ କୁମାର ସାହୁ ତାଙ୍କ ଗ୍ରାମ କରଲାଜୁରୀ କୁ ଯୋଗାଯୋଗ କରିଥିଲେ ଏବଂ ସେଠାରୁ ଗାଁ ଲୋକେ ଟ୍ରାକ୍ଟର ଦ୍ୱାରା ପିପଳମୁଣ୍ଡା ସ୍ଥିତ କୋଭିଡ଼ ସ୍ୱର୍ଗଦ୍ୱାରକୁ କାଠ ଆଣି ପହଞ୍ଚିଥିଲେ ଏବଂ ସଂକଲ୍ପ ପରିବାରର ସହାୟତାରେ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଥିଲା । ଏଠାରେ ଆଶ୍ଚର୍ୟ୍ୟ ର କଥା ଏହାଯେ ଶବ ସତ୍କାର ପାଇଁ ସମାଜସେବୀ ସଙ୍ଗଠନ ଆଗେଇ ଆସିଥିଲା ମାତ୍ର ବରଗଡ଼ର ଦୁର୍ଭାଗ୍ୟ ଯେ ବରଗଡ଼ରେ କାଠର ଅଭାବ କାରଣରୁ ଗ୍ରାମଞ୍ଚଳରୁ କାଠ ଯୋଗାଡ଼ କରି ଆଣିବାକୁ ପଡିଥିଲା। ବରଗଡ଼ରେ ଶବ ସତ୍କାର ପାଇଁ କାଠର ଅଭାବ ଦୀର୍ଘ ଦିନରୁ ରହି ଆସିଥିଲେ ଶୁଦ୍ଧା ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି । ବର୍ତମାନ ଦେଖାଯାଉ କେବେ ଏ ସମସ୍ୟାର ସମାଧାନ ହେଉଛି । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.