Saturday , August 20 2022
Breaking News
Home / ସ୍ୱାସ୍ଥ୍ୟ / କୋରୋ ପଂଚାୟତରେ କରୋନା ଟୀକାକରଣ

କୋରୋ ପଂଚାୟତରେ କରୋନା ଟୀକାକରଣ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଂଚାୟତରେ କରୋନା ଟୀକାକରଣ କେନ୍ଦ୍ର ଗତ ୯ତାରିଖରେ ଆରମ୍ଭ ହୋଇଛି ।  କୋରୋ ପଂଚାୟତ ସଭାପତି ଅଶୋକ କୁମାର ବରାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଟୀକାକରଣ କାର୍ଯ୍ୟକ୍ରମରେ ଗ୍ରାମର ସ୍ୱେଛାସେବୀ ବିଜୟ ମହାନ୍ତି, ଦିଲ୍ଲିପ କୁମାର ରାଉତ, ଜୟ ପ୍ରକାଶ ବରାଳ, ଆଦିତ୍ୟ ନାରାୟଣ ବରାଳ, ହୃଷିକେଶ ସେଠି, ମଳୟ ସାହୁ, ସୁରେଶ ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହି ଟୀକାକରଣ କେନ୍ଦ୍ରରେ ୮ଶହ ଲୋକଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ଏଥିନିମନ୍ତେ ପଂଚାୟତବାସୀଙ୍କ ପକ୍ଷରୁ  ବିଧାୟକ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି ।ଓଡ଼ିଶା ସମାଚାର

About admin

Check Also

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪ ମହଲା ଛାତରୁ ଡେଇଁ ପୁଣି ଜଣେ ରୋଗୀଙ୍କର ମୃତ୍ୟୁ

ଢେଙ୍କାନାଳ,୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪ ମହଲା ଛାତରୁ ଡେଇଁ ପୁଣି ଜଣେ ରୋଗୀର ମୃତ୍ୟୁ । …

Leave a Reply

Your email address will not be published.