Wednesday , May 31 2023
Home / ବିଶେଷ / କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ ପ୍ରତ୍ୟାହାର ଏବଂ ନିର୍ବାଚନ ରେ ବେଲେଟେ ପେପର୍ ବ୍ୟବହାର ପାଇଁ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୌଧୁରୀ ବିକାଶ ପଟେଲ୍ ଙ୍କ ଆହ୍ୱାନ କ୍ରମେ ଭାରତର ୫୫୦ ଜିଲ୍ଲାରେ ଜିଲ୍ଲାପଳମାନଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡିଶା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବ ଙ୍କ ତତ୍ୱାବଧାନରେ ରାଜ୍ୟର କଟକ, ବାଲେଶ୍ଵର, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମାଲକାଗିରି,ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର, ନୂଆପଡ଼ା ସେହି ଭଳି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ତୁଳମଣି ନାଗ ଙ୍କ ନେତୃତ୍ୱରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ବାସଗୃହ କୁ ଯାଇ ମହମିହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି।
ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ହଂସ ଯାଦବ, କିଷନ ମୋର୍ଚ୍ଚା ଜିଲ୍ଲା ସଭାପତି ମନୁହର ହରପାଲ, ପୂର୍ବତନ ସଭାପତି କୀର୍ତ୍ତି ଚନ୍ଦ୍ର ଗଉଡ, ଭାରତ ମୁକ୍ତି ମୋର୍ଚ୍ଚା ସଭାପତି ସଞ୍ଜୟ ଶବର, ପୂର୍ଣ୍ଣଚନ୍ଦ୍ର ବାଗ, ଅହିଧ୍ୱାଜ ନାଗ, ବନମାଳୀ ନାୟକ, ବିଏମ୍ ପି ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ଧଙ୍ଗଡା ମାଝୀ, କଳିମ ମୁଲ୍ଲା ଖାନ, ଅଶ୍ଵିନ ଚନ୍ଦନ, ଅଭି ନାଏକ, ଟିକଚନ୍ଦ୍ର ଗଉଡ, କୀର୍ତ୍ତନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ଜାତି ଆଧାରିତ ଜନଗଣନା,ତିନି ଗୋଟି କୃଷି ଆଇନ୍ ପ୍ରତ୍ୟାହାର ଏବଂ ନିର୍ବାଚନ ରେ ବେଲେଟେ ପେପର୍ ବ୍ୟବହାର ନ କଲେ ଆଗାମୀ ଦିନରେ ରାଜ ରାସ୍ତା ନିଆଁ ଜଳିବା ସହ ଜିଲ୍ଲା ପାଳ କାର୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published.