ରାଉରକେଲା, ୧୫/୧୦/୨୦୨୧(ଓଡ଼ିଶା ସମାଚାର): ରାଉରକେଲା ସେକ୍ଟର-୫ରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଅଜଣା ଯୁବକଙ୍କ ଗଳା କାଟି ଅତି ବିଭତ୍ସ ହତ୍ୟା କରାଯାଇଛି । ସେକ୍ଟର-୫ ସ୍ଥିତ ଦୀପିକା ଇଂଲିଶ ମିଡିୟମ ସ୍କୁଲ ପାଚେରୀ କଡରୁ ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ହତ୍ୟାକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର
