ଭୁବନେଶ୍ୱର/ପୁରୀ,୧୪/୧୦/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ.ପାଣ୍ଡିଆନ ପୁରୀ ଗସ୍ତକରି ର୍ନିମାଣାଧୀନ ଷ୍ଟାଡିୟମ ପରିଦର୍ଶନ କରିବା ସହ ର୍ନିମାଣ କାର୍ଯ୍ୟର ତଦାରଖ କରିଛନ୍ତି । ସେ କାର୍ଯ୍ୟର ସମୀକ୍ଷା କରିବା ସହ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ପୁରୀକୁ ଏକ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ଏହା ସହିତ ଶ୍ରୀ ପାଣ୍ଡିଆନ ପୁରୀ ଜିଲ୍ଲାରେ କ୍ରୀଡ଼ାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ପୁରୀ ସହରର ଆଖଡ଼ା ସଂସ୍କୃତି ବେଶ ସମୃଦ୍ଧ । ଏଣୁ ପୁରୀରେ କୁସ୍ତି, ବକ୍ସିଂ, ଭାରୋତଳନ ଆଦି କ୍ରୀଡ଼ାର ବ୍ୟାପକ ସମ୍ଭାବନା ରହିଛି । କ୍ରୀଡ଼ାର ବିକାଶ ପାଇଁ ଆଖଡ଼ା ଗୁଡ଼ିକର ସହାୟତା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ପ୍ରକଳ୍ପଟି ୪୦ କୋଟି ଟଙ୍କା ବିନିଯୋଗରେ ର୍ନିମାଣ କରାଯାଉଛି । ଏହା ଅବଢା ଯୋଜନା ଅଧିନରେ ର୍ନିମାଣ କରାଯାଉଛି । ଏହି ଷ୍ଟାଡିୟମଟି ମୁଖ୍ୟତଃ ଏକ କ୍ରିକେଟ ଷ୍ଟାଡିୟମ ହେବ । ତେବେ ଏଠାରେ ସ୍ୱିମିଂ ପୁଲ, ଇଣ୍ଡୋର ହଲ ଆଦି ରହିବ । ଓଡ଼ିଶା ସମାଚାର