Wednesday , May 31 2023
Home / ବିଶେଷ / ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ଗ୍ରାମରେ  ନିରାଡମ୍ବର ଭାବେ ଦୁର୍ଗାପୂଜା –  ହିଙ୍ଗୁଳା ପୀଠ ରେ ନବରାତ୍ର ମହୋତ୍ସବ

ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ଗ୍ରାମରେ  ନିରାଡମ୍ବର ଭାବେ ଦୁର୍ଗାପୂଜା –  ହିଙ୍ଗୁଳା ପୀଠ ରେ ନବରାତ୍ର ମହୋତ୍ସବ

ଭୁବନ,୧୪/୧୦/୨୦୨୧(ଓଡ଼ିଶା ସମାଚାର)- ଭୁବନର ପ୍ରସିଦ୍ଧ ଶକ୍ତିପୀଠ ମା ହିଙ୍ଗୁଳା ଙ୍କ ପବିତ୍ର ପୀଠରେ ଗତ ୬ ତାରିଖ ବୁଧବାର ଠାରୁ ନବରାତ୍ର ମହୋତ୍ସବ ଅନୁଷ୍ଠିତ ହେଉଛି । ଅଙ୍କୁରାରୋପଣ, କଳସାଧିବାସ ଘଟସ୍ଥାପନ ପରେ ପ୍ରତ୍ୟେହ ସୂର୍ଯ୍ୟପୂଜା, ଗୁରୁପୂଜା, ଶାଲା ପରିକ୍ରମା, ରୁଦ୍ରାଭିଷେକ, ଶପ୍ତସତୀ ଚଣ୍ଡୀପାଠ,ସନ୍ଧ୍ୟା ଆଳତୀ, ଭଜନ, ସଂକୀର୍ତନ ,ହୋମଯଜ୍ଞ ଓ ପ୍ରସାଦସେବନ କୋଭିଡ ଗାଇଡଲାଇନ ଅନୁଯାୟୀ ଅନୁଷ୍ଠିତ ହେଉଅଛି । ମା ହିଙ୍ଗୁଳା ଦେବୀ ଠାକୁରାଣୀ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶଶୀ ଭୂଷଣ ପୃଷ୍ଟି କର୍ତା ସାଜିଥିବା ବେଳେ ବରିଷ୍ଠ ସଭ୍ୟ ଦିଲ୍ଲୀପ କୁମାର ଦାସ,ନିରଂଜନ ଗୁରୁ,ଧନେଶ୍ୱର ସାହୁ,ଖଗେଶ୍ୱର ନାୟକ,ଗଣେଶ୍ୱର ନାୟକ,ଅମ୍ବୁଜ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି ।   ସଂଧ୍ୟାରେ ବିଶ୍ୱ ମଙ୍ଗଳ କାମନାର୍ଥେ ମହାଦୀପ ଉଠିଥିଲା । ଆସନ୍ତା ଶୁକ୍ରବାର ବିଜୟାଦଶମୀ ଅପରାହ୍ଣରେ ପୂର୍ଣ୍ଣାହୂତୀ ସହ ଘଟ ବିସର୍ଜନ ହେବ । ଓଡ଼ିଶା ସମାଚାର

Leave a Reply

Your email address will not be published.