ରାଉରକେଲା , ୧୪/୧୦/୨୦୨୧(ଓଡ଼ିଶା ସମାଚାର)- ରାଉରକେଲା ବିଶ୍ରା ଛକ ନିକଟରେ ପୋଲିସର ଏନ କାଉଣ୍ଟର । ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ୨ ହତ୍ୟା ଅଭିଯୁକ୍ତ ଗୁରୁତର ଆହତ ହୋଇଛନ୍ତି । ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ୨ ଅପରାଧୀ ହେଉଛନ୍ତି ମୁସତାକ ଆଲମ, ଏମ୍ଡି ଗୁଡୁ ବୋଲି ଜଣାପଡିଛି । ଭୋର ୪ଟା ୪୦ରେ ଏହି ଏନକାଉଣ୍ଟର ହୋଇଛି । ଖବର ଅନୁଯାୟୀ, ରାଉରକେଲା ବିଶ୍ରା ଛକ ନିକଟରେ ୨ ଅପରାଧୀଙ୍କୁ ଘେରିଯାଇଥିଲେ ପୋଲିସ । କିନ୍ତୁ ପୋଲିସ ଘେରିବା ଦେଖି ଆକ୍ରମଣ କରିବାକୁ ଲାଗିଥିଲେ । ଏହାର ଦୃଢ ଜବାବ ଦେଇଥିଲା ପୋଲିସ । କିଛି ସମୟ ଧରି ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଥିଲେ । ଶେଷରେ ପୋଲିସ ଗୁଳିରେ ୨ ଅପରାଧୀ ମୁସତାକ ଆଲମ ଓ ଏମ୍ଡି ଗୁଡୁ ଗୁରୁତର ହୋଇଛନ୍ତି । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି । ଏହି ୨ ଅପରାଧୀ ପ୍ଲାଣ୍ଟ ସାଇଡ ଥାନା ରେଲୱେ କଲୋନୀ ରିମଝିମ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ।
ଦୁଇ ହତ୍ୟା ଅଭିଯୁକ୍ତ ଙ୍କୁ ପୁଲିସର ଏକ ସ୍ୱତନ୍ତ୍ର ଟିମ ଧରିବା ପାଇଁ ବିଶ୍ରା ମଣ୍ଡପ ଛକରେ ପହଞ୍ଚିଥିଲା। ପୁଲିସକୁ ଦେଖି ମୁସ୍ତାକ ପୁଲିସ ଉପରକୁ ପ୍ରଥମେ ଫାୟାରିଂ କରିଥିଲା।ପୁଲିସର ଏନକାଉଣ୍ଟରରେ ଦୁଇ ଅପରାଧୀ ମୁସତାକ ଆଲମ ଓ ଗୁଡୁଙ୍କ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଘଟଣାସ୍ଥଳରୁ ପୁଲିସ ଉଠାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରିଥିଲା। ପରେ ଉଭୟଙ୍କୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ମୁସ୍ତାକର ଘର ରାଉରକେଲା ନାଲା ରୋଡ଼ର ଭାଟି ରୋଡରେ ହୋଇଥିବା ବେଳେ ଗୁଡୁର ଘର ମାଲଗୋଦାମ ଅଞ୍ଚଳରେ। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପ୍ଲାଣ୍ଟସାଇଟ୍ ପୁଲିସ ତନାଘନା କରୁଛି । ଓଡ଼ିଶା ସମାଚାର