ଭୁବନେଶ୍ୱର,୧୪/୧୦/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସ୍ଥିତି ଉଦବେଗ ଜନକ ନୁହେଁ । କରୋନା ସ୍ଥିତି ଏବେ ରାଜ୍ୟରେ ନିୟନ୍ତୟଣାଧିନ ରହିଛି । କରୋନା ର ଦୈନିକ ମାମଲାକୁ ଦୃଷ୍ଟିରେ ରଖି ସରକାର ପୂଜା ଛୁଟି ପରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।
ଏବେ ଦଶହରା ପାଇଁ ପୂଜା ଛୁଟି ହୋଇଛି । ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୧ ତାରିଖ ପର୍ୟ୍ୟନ୍ତ ଏହି ଛୁଟି ଘୋଷଣା ହୋଇଥିଲା । ତେବେ ଛୁଟି ପରେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସମାଚାର