Saturday , December 4 2021
Home / ବିଶେଷ / ନବୀନଙ୍କୁ ଭେଟିଲେ କାନିମୋଝି

ନବୀନଙ୍କୁ ଭେଟିଲେ କାନିମୋଝି

ଭୁବନେଶ୍ୱର,୧୪/୧୦/୨୦୨୧(ଓଡ଼ିଶା ସମାଚାର)-ଡିଏମକେ ସଂସଦୀୟ ଦଳର ଉପନେତା କାନିମୋଝି କରୁଣାନିଧି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ବୈଠକ ସମୟରେ ଶ୍ରୀମତୀ କନିମୋଝି ଶୀ୍ର ପଟ୍ଟନାୟକଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନଙ୍କ ପତ୍ର ପ୍ରଦାନ କରିଥିଲେ ଏବଂ ଗ୍ରାମାଂଚଳର ତଥା ଗରିବ ପରିବାରର ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ହେବାରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବୁଝାଇଥିଲେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ ତାଙ୍କ ଚିଠିରେ ନିଟ୍ ୟୁଜି ପରୀକ୍ଷାରେ ପାଶ୍ କରିବାରେ ଗ୍ରାମାଂଚଳର ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ପରୀକ୍ଷାକୁ ଅନ୍ତର୍ଭୂକ୍ତ କରିବାର ଆବଶ୍ୟକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ଜାତୀୟ ପରୀକ୍ଷାକୁ ଅନ୍ତର୍ଭୂକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିଟ୍, ଆଇଆଇଟି ଏବଂ ୟୁପିଏସସିକୁ ନେଇ ଏହି ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *