ଦଶହରା କବି —-ସରୋଜ ସାହୁ
ବାଜେ ମୁର୍ଦାଙ୍ଗ ଘଣ୍ଟ କଂସାଳ
ବାଜେ ଯୋଡି ମହୁରୀ
ଶୁଭେ କୀର୍ତନ ମନ୍ତ୍ର ପଠନ
ପଡିଛି ଆଜି ହୁରି l
କମ୍ପୁଛି ଗାଁଆ ଗଣ୍ଡା ସହର
ମେଢ଼ ଭଳିକି ଭଳି
ନାନା ତୋରଣ ସାଜ ଶରଣ
ମନକୁ ନିଏ ଜିଣି l 
ନାନା ରଙ୍ଗରେ ଚମକୁ ଥାଏ
ମାଆ ର ପୂଜା ସ୍ଥଳୀ
ଆଲୋକ ମାଳା ଚମକେ ପରା
ଆକାଶେ କି ବିଜୁଳି l
ଭକତି ମନେ ଭକତ ଜନେ
ଲାଭନ୍ତି ମା ଦର୍ଶନ
ମାଆ ନିକଟେ ପୂଜା କରନ୍ତି
ପଣାର ହାଣ୍ଡି ମାନ l
ସିଂହ ବାହିନୀ ଦୁଃଖ ନାଶିନୀ
ତା ମହିମା ମହାନ
ଦୁଷ୍ଟ ବିନାଶ ଲଭି ଆଶିଷ
କରିବା ତା ଗୁଣଗାନ l
ଆଶୁନ୍ୟ ମାସେ ଏ ପୂଜା ଆସେ
ଶାରଦୀୟ ନା ବହି
ସଭିଙ୍କ ମନେ ଆନନ୍ଦ ଜନ୍ମେ
ମାଆ ସେ ଦୟାମୟୀ l
ମହିଁସା ମାରି ଭକତ ତାରି
ପୂଜିତ ଏ ସଂସାରେ
ବରଷେ ଥରେ ଏ ପୂଜା ଆସେ
ପୂଜା ହୁଏ ସବୁଠାରେ l
-0-
ପାଟକୁରା ଥାନା ଅଧିକାରୀ
ଫୋନ ନମ୍ବର -9439161426