କଟକ, ୧୪/୧୦/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତି । ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ ଆଧାରରେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ହାଇକୋର୍ଟରେ ନୂତନ ଭାବରେ ନିଯୁକ୍ତି ପାଇଥିବା ବିଚାରପତି ହେଲେ ଆଇନଜୀବୀ ମୃଗାଙ୍କ ଶେଖର ସାହୁ, ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର । ଏନେଇ ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩ଜଣ ନୂଆ ବି·ରପତି ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା ୧୭ରେ ପହଂଚିବ । ଓଡ଼ିଶା ସମାଚାର