Saturday , October 16 2021
Breaking News
Home / ବିଶେଷ / ଓଳାଶୁଣୀ ପାହାଡ଼ ନିକଟରେ ଘଟିଥିବା ଗୁଳି କାଣ୍ଡ ଘଟଣାରେ ୪ ଗିରଫ

ଓଳାଶୁଣୀ ପାହାଡ଼ ନିକଟରେ ଘଟିଥିବା ଗୁଳି କାଣ୍ଡ ଘଟଣାରେ ୪ ଗିରଫ

ଯାଜପୁର ,୧୪/୧୦/୨୦୨୧(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଓଳାଶୁଣୀ ପାହାଡ଼ ନିକଟରେ ଅକ୍ଟୋବର ୩ ତାରିଖରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ବାଲିଚନ୍ଦ୍ରପୁର ପୋଲିସକୁ ମିଳିଛି ସଫଳତା । ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି । ଓଳାଶୁଣୀ ପାହାଡ଼ ନିକଟରେ ବନ୍ଦରେଶ୍ବର ଅଂଚଳର ସିଦ୍ଧାନ୍ତ ସାମଲଙ୍କୁ କିଛି ଯୁବକ ଆସି ଗୁଳି କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସିଦ୍ଧାନ୍ତଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ପୂର୍ବ ଶତୃତାରୁ ଯୁବକଙ୍କୁ ଗୁଳିମାଡ଼ https://eodishasamachar.com/?p=52087

ସୂଚନାଯୋଗ୍ୟ ଯେ , ବାଲିଚନ୍ଦ୍ରପୁର ଅନ୍ତର୍ଗତ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ ଓରଫ ବୁବୁନ (୨୮) ରବିବାର ରାତି ପ୍ରାୟ ୮ଟା ସମୟରେ ଅନ୍ୟ ଜଣେ ଯୁବକ ସହିତ ଓଳାଶୁଣୀ ପାହାଡର ନିକଟ ରେ ଥିବା ପର୍ୟ୍ୟଟକ ସୁବିଧା କେନ୍ଦ୍ର ନିକଟରେ ଥିବା ବେଳେ ତିନିଜଣ ଅଜଣା ଯୁବକ ଏକ ମୋଟରସାଇକେଲ ଯୋଗେ ସେଠାରେ ପହଂଚିଥିଲେ । କୌଣସି କଥାକୁ ନେଇ ସିଦ୍ଧାନ୍ତ ସହିତ ସେମାନଙ୍କର କଥା କଟାକଟି ହୋଇଥିଲା। ସମ୍ପୃକ୍ତ ଯୁବକଙ୍କ ମଧ୍ୟରୁ ଜଣେ ସିଦ୍ଧାନ୍ତ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲା। ଦୁଇ ରାଉଣ୍ଡ ଗୁଳି ସିଦ୍ଧାନ୍ତ ଙ୍କ ଜଙ୍ଗ ଓ ହାତରେ ବାଜିଥିବା ଜଣାଯାଇଛି। ଗୁଳିମାଡ଼ କରି ସମ୍ପୃକ୍ତ ଯୁବକ ମାନେ ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସିଦ୍ଧାନ୍ତଙ୍କୁ ପ୍ରଥମେ ବଡଚଣା ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁଳିମାଡ ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଖୋକାକୁ ଜବତ କରିଥିଲା। ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *