Friday , October 29 2021
Home / ତାଜା ଖବର / ଏଲଆଇସି ଅଫିସରେ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିଛି

ଏଲଆଇସି ଅଫିସରେ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିଛି

ଢେଙ୍କାନାଳ ୧୪/୧୦/୨୦୨୧(ଓଡ଼ିଶା ସମାଚାର)- ଅସାବଧାନତା ରୁ ଏଲଆଇସି ଅଫିସରେ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଛି ଗୁଳି । ତେବେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ସିଏମଏସ ଏଟିଏମ କ୍ୟାଶ ଭ୍ୟାନ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଏହି ଗୁଳି ଫୁଟିଛି । ଏଲଆଇସିରୁ ଟଙ୍କା ନେଇ ଅନ୍ୟ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ଆସିଥିଲା ସିଏମଏସ ଗାଡି। ଅସାବଧାନତା ବଶତ ସିକ୍ୟୁରିଟି ଗାର୍ଡ କୁମୁଦ ଚନ୍ଦ୍ର ସାହୁଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଅଫିସ ଭିତରେ ବନ୍ଧୁକ ଫୁଟିଯାଇଥିଲା । ଅଫିସ୍ ସିଲିଂ ର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି ମାତ୍ର ଅନ୍ୟ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି ।ବନ୍ଧୁକ ଧରିଥିବା ବେଳେ କାନ୍ଧରୁ ହଠାତ୍ ବନ୍ଧୁକଟି ଖସିପଡ଼ି ତଳେ ଛେଚି ହୋଇ ଯିବାରୁ ଆପେ ଆପେ ଗୁଳି ଫୁଟି ଯାଇଥିବା ସୁରକ୍ଷା କର୍ମୀ ଶ୍ରୀ ସାହୁ କହିଛନ୍ତି । ଏଲଆଇସି ଅଫିସରେ ଗୁଳି ଫୁଟିଥିବା ଖବର ପାଇ ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଓଡ଼ିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *