ଭୁବନେଶ୍ୱର,୧୪/୧୦/୨୦୨୧(ଓଡ଼ିଶା ସମାଚାର)-ରାଜଧାନୀ ଭୁବନେଶ୍ୱର ଚାଂଚଲ୍ୟ। ରାଜଧାନୀର ପ୍ରାଣକେନ୍ଦ୍ର କୁହାଯାଉଥିବା ୟୁନିଟ୍-୩ ସ୍ଥିତ ଖାରବେଳ ନଗରର ଏକ ଅଳିଆ ଗଦାରୁ ମିଳିଛି ମଣିଷ ହାତ ଏବଂ ଗୋଡ଼ । ମଣିଷର ଖଣ୍ଡ ବିଖଣ୍ଡିତ ଶରୀର ମଧ୍ୟ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଏନେଇ ଖାରବେଳ ନଗର ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥି ଘଟଣାର ତଦନ୍ତ କରୁଛି । ଅଳିଆ ଗଦାରୁ ମଣିଷ ହାତ ଏବଂ ଗୋଡ଼ େଉଁଠୁ ଆସିଲା , ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର