Wednesday , October 20 2021
Breaking News
Home / ବିଶେଷ / ସିଙ୍ଗିଟିଆ ଗ୍ରାମରେ ପାରମ୍ପରିକ ଦୂର୍ଗାପୂଜା ଉତ୍ସବ 

ସିଙ୍ଗିଟିଆ ଗ୍ରାମରେ ପାରମ୍ପରିକ ଦୂର୍ଗାପୂଜା ଉତ୍ସବ 

ପାଟକୁରା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ପଂଚାୟତ ଅନ୍ତର୍ଗତ ସିଙ୍ଗିଟିଆ ଗ୍ରାମରେ ପାରମ୍ପରିକ ଦୂର୍ଗାପୂଜା ଉତ୍ସବ ଅନୁଷ୍ଠିତ ହେଉଛି । ଗ୍ରାମବାସୀଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ପୂଜା ଉତ୍ସବରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ରାତିରେ ସନ୍ଧି ପୂଜା କରାଯାଇ ଆସନ୍ତା କାଲି ୯ମୀ ଓ ପରଦିନ ଦଶହରା ବିଜୟା ଦଶମୀ ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି । କରୋନା  କଟକଣା ଯୋଗୁ ନିରାଡ଼ମ୍ବର ଭାବେ ପାରମ୍ପରିକ ପୂଜା ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ସ୍ଥାନୀୟ ଲେଖନପଡ଼ା, ସିଙ୍ଗିଟିଆ, ଚଳବାହାକୁଦ, ଜଗଦଳପୁର,ଯମୁନାବାଦ, ପରକଣା ଆଦି ଗ୍ରାମ ଗୁଡ଼ିକର ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପରେ ମା ଙ୍କୁ ଦର୍ଶନ କରି ଫେରୁଛନ୍ତି । ଆଜି ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁମାନେ ଅଧିକ ସଂଖ୍ୟକ ପୂଜା ମଣ୍ଡପକୁ ଆସିଥିବାର ଦେଖାଯାଇଥିଲା । ସେହିପରି ପାଟକୁରା ଠାରେ ପାରମ୍ପରିକ ପଦ୍ଧତିରେ ଦୂଗାଁ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି ।  ପାଟକୁରା ଗ୍ରାମ , ଆଖୁଆ, ପାଟକୁରା ବଜାର ରେ ଲୋକମାନେ ମଣ୍ଡପକୁ ଯାଇ ମା ଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । …

Leave a Reply

Your email address will not be published. Required fields are marked *