Wednesday , October 20 2021
Breaking News
Home / ସ୍ୱାସ୍ଥ୍ୟ / ଶଯ୍ୟାଶାୟୀଙ୍କୁ ଘରେ ଦିଆଯିଵ କୋଭିଡ ଟିକା,ସିଏମସି ପକ୍ଷରୁ ନିଃଶୁଳ୍କ ନମ୍ଵର ଜାରି

ଶଯ୍ୟାଶାୟୀଙ୍କୁ ଘରେ ଦିଆଯିଵ କୋଭିଡ ଟିକା,ସିଏମସି ପକ୍ଷରୁ ନିଃଶୁଳ୍କ ନମ୍ଵର ଜାରି

କଟକ ସଦର, ୧୩/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): ଯେଉଁ ମାନେ ବାର୍ଦ୍ଧକ୍ୟ ଜନିତ କିମ୍ବା ଅନ୍ୟ କୌଣସି କାରଣଵଶତଃଶ ଶଯ୍ୟାଶାୟୀ ଥିଵେ ସେମାନଙ୍କୁ ଘରେ ଯାଇ ଟିକା ପ୍ରଦାନ କରାଯିଵ । ଏଥିପାଇଁ  କଟକ ମହାନଗର ନିଗମ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଛି ଵୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁ ମାନେ ଏହି ସୁବିଧା ନେଵାକୁ ଇଛୁକ ସେମାନେ ପୂର୍ବାହ୍ନ ୧୦ଟା ରୁ ଅପରାହ୍ନ ୩ ଟା ମଧ୍ୟରେ ନିଃଶୁଳ୍କ ନମ୍ଵର ୯୭୭୭୦୬୭୨୯୭ ରେ ନାମ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି।ଏହା କେଵଳ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ସବୁଦିନ ପଞ୍ଜିକରଣ ବ୍ୟବସ୍ଥା ଜାରି ରହିବ। ଏଥିପାଇଁ ଟିକା ନେଵାକୁ ଥିବା ବ୍ୟକ୍ତି ତାଙ୍କର ପୁରା ନାମ,ଘର ଠିକଣା,ୱ।ର୍ଡ ନମ୍ଵର,ଆଧାର ନମ୍ଵର ଏବଂ ଵୈଧ ଫୋନ ନମ୍ବର ଦେଵାକୁ ସୂଚନା ଦିଆଯାଇଛି।ନିଗମ ଅନ୍ତର୍ଗତ ଅଞ୍ଚଳରେ ଆଜି ପର୍ୟ୍ୟନ୍ତ ୧୩ ଲକ୍ଷ ୬୨ ହଜାର ୫୭୮ ଜଣ କରୋନା ଟିକା ଗ୍ରହଣ କରିଥିବା ଵେଳେ ଏଵେ ସୁଦ୍ଧା ଵହୁ ବରିଷ୍ଠ ଓ ଦିଵ୍ୟାଙ୍ଗ ଏଥିରୁ ବଞ୍ଚିତ ହୋଇଛନ୍ତି।ଏହିସଵୁ କାରଣରୁ ଟିକା କେନ୍ଦ୍ର କୁ ଆସିପାରୁ ନଥିଵା ବ୍ୟକ୍ତି ଙ୍କୁ ଘରେ ଟିକା ଦେଵା ସିଏମସିର ନିଷ୍ପତ୍ତି କୁ ସାଧାରଣରେ ସ୍ୱ।ଗତ କରାଯାଇଛି।ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ – ୭୫ ଜଣ ଶିଶୁ ସଂକ୍ରମିତ – ୩ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *