Wednesday , October 20 2021
Breaking News
Home / ବିଶେଷ / ରାସ୍ତା ରୋମିଓଙ୍କୁ ଧରି ଛାଡିଦେଲା ପୋଲିସ

ରାସ୍ତା ରୋମିଓଙ୍କୁ ଧରି ଛାଡିଦେଲା ପୋଲିସ

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-୬ଜଣ ଜଣ ରାସ୍ତା ରୋମିଓ ଗତ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟା ସମୟରେ ତିନୋଟି ବାଇକରେ ୬ଜଣ ଯୁବକ କର୍କଷ ଶବ୍ଦ କରୁଥିବା ହର୍ଣ୍ଣ ବଜାଇ ନିଶାଶକ୍ତ ଅବସ୍ଥାରେ କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡ ରାସ୍ତା ଦେଇ ଯାଉଥିଲେ ।  ସେହି ରାସ୍ତାରେ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡି ସହ ପିଟି ହୋଇ ଯାଇଥିଲେ । ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିବାରେ ସେମାନେ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ସ୍ଥାନୀୟ ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଫଳରେ ଲୋକମାନେ ଉତ୍ୟକ୍ତ ହୋଇ ପଡିଥିଲେ । ଏସମ୍ପର୍କରେ ଖବର ପାଇ  କେନ୍ଦ୍ରାପଡା ଟାଉନ୍ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ(ଏସଡିପିଓ) ରାଜୀବ ଲୋଚନ ପଣ୍ଡା ସଦଳ ବଳେ ଘଟଣା ସ୍ଥଳରେ ପହଂଚି ସେହି ରାସ୍ତା ରୋମିଓମାନଙ୍କୁ ଥାନାକୁ ନେଇଯାଇଥିଲେ । ଏଥିସହ ରାସ୍ତା ରୋମିଓଙ୍କ ୩ଟି ବାଇକକୁ ମଧ୍ୟ ପୋଲିସ ଜବତ କରି ଥାନାକୁ ନେଇଯାଇଥିଲା ।  ଘଟଣାଟି ଘଟିଥିଲା ଟାଉନ୍ ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟ ତୁଳସୀ ବଜାରରେ । ଖବର ଅନୁଯାଇ ରାତି ପ୍ରାୟ ୯ଟା ବେଳେ ତିନୋଟି ବାଇକରେ ୬ଜଣ ଯୁବକ କର୍କଷ ଶବ୍ଦ କରୁଥିବା ହର୍ଣ୍ଣ ବଜାଇ ନିଶାଶକ୍ତ ଅବସ୍ଥାରେ ସେହି ରାସ୍ତା ଦେଇ ଯାଉଥିଲେ । ନିଶାଶକ୍ତ ଅବସ୍ଥାରେ ଥିବାରୁ ସେହି ରାସ୍ତାରେ ଯାଉଥିବା ଏକ ଟାଟା ମେଜିକ ଗାଡି ସହ ପିଟି ହୋଇ ଯାଇଥିଲେ । ଏହାପରେ ସେହି ଯୁବକମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଫଳରେ ରାସ୍ତା ରୋମିଓମାନେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ଏହାଦ୍ୱାରା ସ୍ଥାନୀୟ ଲୋକେ ଉତେଜିତ ହୋଇ ରାସ୍ତା ରୋମିଓମାନଙ୍କୁ ବହେ ଛେଚିଥିଲେ । ପାର୍ବଣ ସମୟରେ ବଜାର ଗହଳି ଲାଗି ରହିଥିବା ବେଳେ ଏଭଳି ଘଟଣା ଜନସାଧାରଣଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳାଇ ଦେଇଥିଲା । ପାର୍ବଣ ଥିବାରୁ ପରବର୍ତୀ ଆଇନ୍ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କାରେ ସେଠାରେ ଗୋଟିଏ ସେକସନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବୁଧବାର ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଛାଡି ଦିଆଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । …

Leave a Reply

Your email address will not be published. Required fields are marked *