Thursday , September 28 2023
Home / ସ୍ୱାସ୍ଥ୍ୟ / ମାଗଣା ଚକ୍ଷୁ ଚିକିତ୍ସା ଶିବିର 

ମାଗଣା ଚକ୍ଷୁ ଚିକିତ୍ସା ଶିବିର 

ଗରଦପୁର, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତସ୍ଥିତ ବାସୁଦେଇପୁର  ତାରିଣୀ ମନ୍ଦିର ପ୍ରାଙ୍ଗଣରେ ପାଟକୁରା ପ୍ରଗତି ମଂଚ ଆନୁକୂଲ୍ୟରେ ତଥା ଭୂମିକା ଚକ୍ଷୁ ହସପିଟାଲ , କେନ୍ଦ୍ରାପଡ଼ା ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର  ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ମଂଚର ସଭାପତି ତଥା ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଂଚର ଉପସଭାପତି କ୍ଷୀରୋଦ ଚନ୍ଦ୍ର ନାୟକ, ସଂଯୋଜକ ଅରୁଣ କୁମାର ନାୟକ, କେଦାରନାଥ ସାମନ୍ତରାୟ, ସୁଧୀର କୁମାର ସାମଲ, ଭୂମିକା ଚକ୍ଷୁ ଚିକିତ୍ସା କେନ୍ଦ୍ରର ଜିଲା ସଂଯୋଜକ ଅଶୋକ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ଶତାଧିକ ରୋଗୀ ନିଜ ଚକ୍ଷୁ ପରୀକ୍ଷା କରାଇଥିବାବେଳେ ସେମାନଙ୍କ ମଧ୍ୟରୁ  ୨୧ ଜଣ ଭୁମିକା ଚକ୍ଷୁ ହସପିଟାଲକୁ ମୋତିଆବିନ୍ଦୁ ଅପରେସନ୍ ପାଇଁ ଯାଇଥିଲେ । ଏହି ଶିବିରରେ ଡ଼ ଅମିୟ କୁମାର ପାତ୍ର, ଶୁଭଦ୍ରା ସିଂ, ସୁମିତ୍ରା ମହାନ୍ତି ଚକ୍ଷୁ ପରୀକ୍ଷା କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ରଂଜନ ଦାସ, ନଳିନୀକାନ୍ତ ସ୍ୱାଇଁ, ରଂଜନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *