Monday , October 18 2021
Breaking News
Home / ବିଶେଷ / ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଦୁଇ ସନ୍ଦିଗ୍ଧ ଙ୍କ ଆତ୍ମସମର୍ପଣ

ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଦୁଇ ସନ୍ଦିଗ୍ଧ ଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର,୧୩/୧୦/୨୦୨୧(ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ତଥା ନିର୍ଭୟ ଖବର କାଗଜର ସମ୍ପାଦକ ନବୀନ ଦାସ ଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଦୁଇ ସନ୍ଦିଗ୍ଧ ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଦୁଇ ସନ୍ଦିଗ୍ଧ ହେଉଛନ୍ତି ଲିଟୁ ଓରଫ ଦୀନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ । ମୃତ୍ୟୁ ପୂର୍ବରୁ ଏହି ଦୁଇ ଜଣ ମନୀଷଙ୍କ ସହ ହୋଟେଲରେ ଥିଲେ । ସନ୍ଦେହରେ ପୋଲିସ ଉଭୟ ଲିଟୁ ଓ ମୁନ୍ନାଙ୍କୁ ଖୋଜୁଥିଲା । ଉଭୟଙ୍କୁ ଭୁବନେଶ୍ବର ଆଣି ପୋଲିସ ଅଧିକ ପଚରାଉଚରା କରିବ । ଲିଟୁ ଓ ମୁନ୍ନାଙ୍କୁ ଘଟଣା ଦିନ ଫେରାର କରିବା ଅଭିଯୋଗରେ ହିମାଂଶୁ ନାମକ ଜଣେ ଯୁବକ ଅଟକ ଅଛନ୍ତି । ମୋଟ୍ ୪ ଜଣଙ୍କୁ ଅଟକ ରଖି ପୋଲିସ ମନୀଷ ମୃତ୍ୟୁ ଘଟଣାର ପର୍ଦ୍ଧାଫାସ କରିବାରେ ଲାଗିଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *