Wednesday , October 20 2021
Breaking News
Home / ବିଶେଷ / ମଢିଆଳ ଦୁର୍ଗା ମଣ୍ଡପରେ କୋଭିଡ ନିୟମ ଖିଲାପ ଅଭିଯୋଗ

ମଢିଆଳ ଦୁର୍ଗା ମଣ୍ଡପରେ କୋଭିଡ ନିୟମ ଖିଲାପ ଅଭିଯୋଗ

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ମଢିଆଳ ବଜାରରେ ଥିବା ଦୁର୍ଗା ମଣ୍ଡପରେ ବୁଧବାର କୋଭିଡ ନିୟମକୁ ଖିଲାପ କରାଯାଇ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ମଣ୍ଡପରେ ତାଲା ପକାଇଦେବା ସହ ସଂପୃକ୍ତ ମଣ୍ଡପର ପୂଜକଙ୍କୁ ଥାନାକୁ ନେଇଯାଇଥିଲା । ଫଳରେ ପୂଜା ବନ୍ଦ ହୋଇଯିବାରୁ ସ୍ଥାନୀୟ ପୂଜା ମଣ୍ଡପର କର୍ମକର୍ତାଙ୍କ ସମେତ ଭକ୍ତମାନେ ଏହାର ପ୍ରତିବାଦରେ ସେହି ରାସ୍ତାରେ ରାସ୍ତାରୋକ କରିଥିଲେ । କିଛି ଘଂଟା ଥାନାରେ ଅଟକ ପରେ ପୂଜକଙ୍କୁ ପୋଲିସ ଛାଡିଦେବା ପରେ ଏବଂ ପୂଜା ମଣ୍ଡପରୁ ତାଲା ଖୋଲିଦେବାରେ ରାସ୍ତା ରୋକ ପ୍ରତ୍ୟାହାର କରାଯାଇଥିଲା । କିନ୍ତୁ ଏନେଇ ପୋଲିସ ପକ୍ଷରୁ ସଂପୃକ୍ତ ପୂଜା ମଣ୍ଡପର କର୍ମକର୍ତାଙ୍କ ନାମରେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।  ଓଡ଼ିଶା ସମାଚାର

About admin

Check Also

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । …

Leave a Reply

Your email address will not be published. Required fields are marked *