ପାରାଦୀପ ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ବିଭିନ୍ନ ସହରରେ କେବୁଲ୍ ସେବା ଯୋଗାଉଥିବା ଓରଟେଲ୍ କମୁନିକେସନ୍ ପାରାଦୀପ ସହରରେ ସେବା ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ । ଗ୍ରାହକମାନେ ପ୍ରତ୍ୟେକ ମାସରେ ଓରଟେଲ୍ ର ମାସିକ ପାଉଣା ଦେଉଥିବା ବେଳେ ଓରଟେଲ୍ କେବଳ ଫ୍ରି ଚ୍ୟାନେଲ୍ ଗୁଡିକ ଦେଖାଇ ପଇସା ଅସୁଲ କରିବାରେ ବ୍ୟସ୍ତ । ପାରାଦୀପ ବନ୍ଦର କର୍ମଚାରୀ ତଥା ସହରବାସୀଙ୍କୁ ଭଲ କେବୁଲ୍ ସେବା ଦେବା ପାଇଁ ପାରଦୀପ ବନ୍ଦର କର୍ତୃପକ୍ଷ ଓରଟେଲ୍ କୁ ଅନୁମତି ଦେଇଥିଲେ । ପ୍ରାରମ୍ଭରେ ଓରଟେଲ୍ ସହରବାସୀଙ୍କୁ ଭଲ ସେବା ଦେଇ ଖୁବ୍ କମ୍ ଦିନରେ ଭଲ ନାଁ କମେଇଥିଲା । ପରେ ପରେ ଓରଟେଲ୍ ଯେତେ ଯେତେ ପୁରୁଣା ହେଲା ଗ୍ରାହକମାନଙ୍କୁ ଲୁଟିବା ଆରମ୍ଭ କଲା । ପେଡ୍ ଚ୍ୟାନେଲ୍ ନ ଦେଖାଇ ଫ୍ରିଚ୍ୟାନେଲ୍ ଦେଖାଇ ଚାଲିଲା । ଏଥିରେ ଅତିଷ୍ଠ ହେଲେ ବନ୍ଦର କର୍ମଚାରୀ, ଅଧିକାରୀ ଓ ସହରବାସୀ । ପରେ ବନ୍ଦର କର୍ତୃପକ୍ଷ କେବୁଲ୍ ସେବା ଯୋଗାଇ ଦେବାପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କଲେ । ଏହି ଟେଣ୍ଡର ପ୍ରକ୍ରିୟାରେ ମନ୍ଥନ ବ୍ରଡବ୍ୟାଣ୍ଡ ବନ୍ଦରବାସୀଙ୍କୁ କେବୁଲ୍ ସେବା ଯୋଗାଇ ଦେବାକୁ ସଫଳ ହେଲା । ମନ୍ଥନ ବ୍ରଡବ୍ୟାଣ୍ଡ ଟେଣ୍ଡର ପାଇବା ପରେ ବହୁତ ଗୁଡିଏ ପେଡ୍ ଚ୍ୟାନେଲ୍ ଦେଖାଇବା ଆରମ୍ଭ କଲା । ପୁରୁଣା ସଂସ୍ଥା ଓରଟେଲ୍ ଓ ମନ୍ଥନ ବ୍ରଡବ୍ୟାଣ୍ଡ ମଧ୍ୟରେ ବିବାଦ ହେଲା । ମନ୍ଥନ ବ୍ରଡବ୍ୟାଣ୍ଡ ସହରରେ ବିଛାଇଥିବା ତାର ରିତିମତ ଭାବେ କଟାଗଲା । ଯେପରି ମନ୍ଥନ ବ୍ରଡବ୍ୟାଣ୍ଡ କେବୁଲ୍ ସେବା ଯୋଗାଇ ନପାରି ଅପଦସ୍ତ ହେବ । ଏ ନେଇ ବାରମ୍ବାର ସେତେବେଳେ ମନ୍ଥନ ବ୍ରଡବ୍ୟାଣ୍ଡ ପକ୍ଷରୁ ପାରାଦୀପ ଥାନାରେ ଅଭିଯୋଗ ହେଲା । ପରିସ୍ଥିତି ଏପରି ହେଲା ଯେ, ବାଧ୍ୟ ହୋଇ ପାରାଦୀପ ଛାଡିଥିଲା ମନ୍ଥନ ବ୍ରଡବ୍ୟାଣ୍ଡ । ଏହା ପରେ ଓରଟେଲ୍ ପୁଣି ଆରମ୍ଭ କଲା କେବୁଲ୍ ସେବା । ଓରଟେଲ୍ କେବୁଲ୍ ସେବା ଆରମ୍ଭ କରିବା ପରେ କିଛି ଦିନ ଲୋକପ୍ରିୟ ଷ୍ଟାର, ସୋନୀ, ଜି ଟିଭିର ପ୍ରସାରଣ କଲା । ହେଲେ ପରେ ପରେ ଏହି ଲୋକପ୍ରିୟ ଚ୍ୟାନେଲ୍ ପ୍ରସାରଣ ବନ୍ଦ କରିଦେଲା । ଗ୍ରାହକମାନେ ପଚାରିବାରୁ କୌଣସି ସନ୍ତୋହଜନକ ଉତର ଦେଇ ପାରିଲେନି ପାରାଦୀପର ସ୍ଥାନୀୟ ଓରଟେଲ୍ ର କର୍ମଚାରୀ । ଉପରୁ କଟିଛି ଖୁବ୍ ଶୀଘ୍ର ଆସିବ କହି ଦିନ ପରେ ଦିନ ଗଡେଇ ଚାଲିଲେ । ପେଡ୍ ଚ୍ୟାନେଲ୍ ଦେଖିବା ପାଇଁ ପଇସା ଦେଇ ଲୋକେ କେବଳ ଫ୍ରି ଚ୍ୟାନେଲ୍ ଦେଖୁଛନ୍ତି । ଆଜି ଯାଏ ପାରାଦୀପ ସହରବାସୀ ଓରଟେଲ୍ କୁ ସେହି ଲୋକପ୍ରିୟ ଚ୍ୟାନେଲ୍ ନ ଦେଖି ସେହି ପଇସା ଦେଇଚାଲିଛନ୍ତି । ଅଭିଯୋଗ କଲେ କେହି ଶୁଣିବାକୁ ନାହାନ୍ତି, ଗ୍ରହକମାନଙ୍କୁ ଉଚିତ୍ ମୂଲ୍ୟରେ ଭଲ ସେବା ଯୋଗାଇ ଦେବା ନାଁ ରେ ଲୋକଙ୍କୁ ଲୁଟି ଚାଲିଛି ଓରଟେଲ୍ । ବହୁ ଲୋକ ଓରଟେଲ୍ କେବୁଲ୍ କନେକସନ୍ କାଟି ଘର ଉପରେ ଅନ୍ୟ ସଂସ୍ଥା ଗୁଡିକର ଡିଟିଏଚ୍ ଛତା ଲଗାଇଉଥିବା ଦେଖିବାକୁ ମିଳୁଛି । ଗ୍ରାହକମାନଙ୍କୁ ଦିନରେ ଲଣ୍ଠନ ଦେଖାଇ ପାରାଦୀପବାସୀଙ୍କୁ ଲୁଟି ନିଜର ବ୍ୟବସାର ବଢେଇବାରେ ବ୍ୟସ୍ତ ଓରଟେଲ୍ । ସାମାନ୍ୟ ବର୍ଷା କି ପବନ ହେଲେ ଦୁଇ ତିନି ଦିନ ସ୍ଥାନ ବିଶେଷରେ ଏହାଠାରୁ ଉଦ୍ଧ୍ୱର୍ ସମୟ ବିତିଯାଉଛି ଗ୍ରାହକମାନଙ୍କୁ ସେବା ଯୋଗାଇ ଦେବାପାଇଁ । ଓରଟେଲ୍ କର୍ତୃପକ୍ଷ ଏଦିଗରେ ତୁରନ୍ତ ଧ୍ୟାନ ଦେବାକୁ ଗ୍ରାହକ ମହଲରୁ ଦାବି ହେଉଛି । ଓଡ଼ିଶା ସମାଚାର
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପରେ ଓରଟେଲ୍ ସେବା ବିପର୍ଯ୍ୟସ୍ତ- ମାସିକ ଟଙ୍କା ଦେଇବି ପାଉନାହାନ୍ତି ଉଚିତ୍ ସେବା