Friday , June 2 2023
Breaking News
Home / ବିଶେଷ / ପାନୀୟ ଜଳର ସୁବିଧା ପାଇଁ ନଳକୂପ ଖୋଳାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

ପାନୀୟ ଜଳର ସୁବିଧା ପାଇଁ ନଳକୂପ ଖୋଳାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ପାନୀୟ ଜଳର ନିତ୍ୟାନ୍ତ ଆବଶ୍ୟକତା ଦୃଷ୍ଟିରୁ ନଳକୂପ ଖୋଳାଯିବାକୁ ଗ୍ରାମବାସୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଂଚାୟତର କାନପୁର, ଗିରିମଠ ଓ ଦଳିତ ବସ୍ତିରେ ନଳକୂପ ଟିଏ ନଥିବାରୁ ଅଧିବାସୀମାନେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଫଳରେ ଦୁଷିତ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରି ଗ୍ରାମବାସୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ୪୦ଟିରୁ ଉଦ୍ଧ୍ୱର୍  ପରିବାର ବାସ କରୁଥିବା ଉପରୋକ୍ତ ଗ୍ରାମ ଏବଂ ଦଳିତ ବସ୍ତିରେ ନଳକୂପଟିଏ ବସାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ସତ୍ୟଭାମା ପ୍ରଧାନ, ଜ୍ୟୋତ୍ସନାମୟୀ ପ୍ରଧାନ ଓ ରଶ୍ମିତା ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.