Friday , October 22 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶିବିର

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶିବିର

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ସ୍ୱତନ୍ତ୍ର ପୂଜା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ଶିବିରର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରା ଏବଂ ମିନତୀ କାଣ୍ଡି ଏହି ସେବା ଶିବିରର ପରିଚାଳନା କରିଥିଲେ । ଏହି ଅବସରରେ ସେବା ଯୋଜନାର ଶିବିରାର୍ଥୀ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ମହାବିଦ୍ୟାଳୟ ପରିସରରୁ ବାହାରି ତିନିମୁହାଣି ଛକ ଦେଇ କେନ୍ଦ୍ରାପଡା ସହର ପରିକ୍ରମା କରି ଜନସାଧାରଣଙ୍କୁ ନିଶା ନିବାରଣ ଉପରେ ସଚେତନ କରାଇଥିଲେ । ଏଥିସହିତ ମହାବିଦ୍ୟାଳୟ ପରିସରକୁ ଶିବିରାର୍ଥୀମାନେ ସଫେଇ କରିବା ସହିତ କଲେଜ ପରିସରରେ ପିସ୍ତାବାଦାମ, ଝାଉଁ, ପିଜୁଳି, ରାଧାଚୁଡା, କୃଷ୍ଣଚୁଡା ପ୍ରଭୃତି ଗଛର ଚାରା ରୋପଣ କରିଥିଲେ । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୭ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ସମ୍ପାଦକ ବ୍ରଜ ନାରାୟଣ ପାତ୍ର ଯୋଗଦେଇଥିଲେ ।  ଅଧ୍ୟାପକ ଗୌରହରୀ ଷଡଙ୍ଗୀ, ଅଧ୍ୟାପକ ଅଶୋକ କୁମାର ଦାସ, ଜାତୀୟ ସେବା ଯୋଜନାର ପ୍ରାକ୍ତନ ସ୍ୱେଛାସେବୀ ଗୌତମ ସାହୁ, ସତ୍ୟବ୍ରତ ପ୍ରଧାନଙ୍କ ସମେତ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ ।   ଓଡ଼ିଶା ସମାଚାର

About admin

Check Also

ଆସିଲା ଗାଇଡଲାଇନ୍,୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ …

Leave a Reply

Your email address will not be published. Required fields are marked *