Wednesday , October 20 2021
Breaking News
Home / ଶିକ୍ଷା / ସିଦ୍ଧେଶ୍ୱରୀ ଉପ୍ରା ବିଦ୍ୟାଳୟରେ ବୃକ୍ଷ ରୋପଣ, ଶ୍ରେଣୀଗୃହ ଉଦଘାଟନ ଓ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ

ସିଦ୍ଧେଶ୍ୱରୀ ଉପ୍ରା ବିଦ୍ୟାଳୟରେ ବୃକ୍ଷ ରୋପଣ, ଶ୍ରେଣୀଗୃହ ଉଦଘାଟନ ଓ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ

ରଘୁନାଥପୁର ୧୨/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ପୁରୁଣାବସନ୍ତ ପଂଚାୟତ ଦେଉଳିସାହିସ୍ଥିତ ସିଦ୍ଧେଶ୍ୱରୀ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ସ୍ମାର୍ଟ ଶ୍ରେଣୀ ଗୃହ, ଅଙ୍ଗନୱାଡ଼ି ଗୃହ ଉଦଘାଟନ ଓ ଜାତିର ପିତା ମହାତ୍ମା ଗାନ୍ଧି ଉତ୍କଳର ବରପୁତ୍ର ଗୋପବନ୍ଧୁଙ୍କ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉଦେଶ୍ୟରେ ଆୟୋଜିତ ଉତ୍ସବରେ ସାହିତି୍ୟକ ଅଲେଖ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗ ଦେଇ ସ୍ଥାନୀୟ ଜନସାଧାରଣଙ୍କର ସମସ୍ତ ସୁଖ ଦୁଃଖରେ ଭାଗିଦାର ହେବା ସହିତ ସ୍କୁଲ ର ଉତରୋତର ଉନ୍ନତି ନିମନ୍ତେ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟତମ ଅତିଥି ଭାବେ ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରଜତ କୁମାର ପାତ୍ର, ଜିଲା ବିଜେଡ଼ି ଉପସଭାପତି ସରୋଜକାନ୍ତ ସ୍ୱାଇଁ, ସ୍ଥାନୀୟ ସମିତି ସଭ୍ୟ ନିଲୁବାଳା ମହାନ୍ତି , ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ୍ , ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ସାହୁ, ସିଆରସିସି ରତ୍ନାକର ବେହେରା, ମୋ ସ୍କୁଲ ଅଭିଯାନ ର ସଭାପତି ସୌମ୍ୟ ରଂଜନ ସାହୁ, ଏସଏମସି ସଭାପତି ସୁବାସ ବାରିକ , ମ୍ୟାନେଜିଂ କମିଟି ସଭାପତି ଦିବାକର ଦ୍ୱିବେଦି ପ୍ରମୁଖ ଯୋଗଦେଇ ଉପସ୍ଥିତ ଲୋକମାନଙ୍କୁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ସ୍ଥାନୀୟ ଅଂଚଳରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଉତରୀୟ, ମାନପତ୍ର ଓ ଉପଢ଼ୌକନ ଦେଇ ବହୁ ବକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ଅଂଚଳର ଏନସିସି ଶିକ୍ଷକ ରାଜକିଶୋର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ସଂଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଜୁ ଜନତା ଦଳର ବହୁ କର୍ମୀ ଏହି ଉତ୍ସବରେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଇନ୍ଦୁପୁର ହାଇସ୍କୁଲ ପୂରାତନ ଛାତ୍ର ସଂସଦର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲ ସମ୍ମିଳନୀ କକ୍ଷରେ ସଂସଦର କାର୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ …

Leave a Reply

Your email address will not be published. Required fields are marked *