Saturday , December 4 2021
Home / ବିଶେଷ / ରାଜ୍ୟରେ ଦୂର୍ଘଟଣାଗ୍ରସ୍ତ ଙ୍କୁ ସାହାଯ୍ୟ କଲେ ମିଳିବ ପୁରସ୍କାର

ରାଜ୍ୟରେ ଦୂର୍ଘଟଣାଗ୍ରସ୍ତ ଙ୍କୁ ସାହାଯ୍ୟ କଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୧୨/୧୦/୨୦୨୧(ଓଡ଼ିଶା ସମାଚାର)- ଦେଶରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅନେକ ଲୋକଙ୍କର ମୃତୁ୍ୟ ଘଟୁଛି । ବିଶେଷକରି କିଛି ସ୍ଥାନରେ ଦୂର୍ଘଟଣା ଘଟି ଲୋକେ ଗୁରୁତର ଅବସ୍ଥାରେ ପଡି ରହିବା ପ୍ରତ୍ୟକ୍ଷଦର୍ଶୀ ଦେଖୁଥିଲେ ସୁଦ୍ଧା ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁନାହାଁନ୍ତି । ଏହାର କାରଣ ହେଲା ସହାୟତା ପ୍ରଦାନ କଲେ କାଳେ ପୋଲିସ୍ ଜେରାର ସମ୍ମୁଖିନ ହୋଇ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ସେହି ଭୟ ରହିଛି । ମାନ୍ୟବର ସୁପ୍ରିମ୍କୋର୍ଟ ମଧ୍ୟ ଦୁର୍ଘଟଣାଜନିତ ମୃତୁ୍ୟକୁ ନେଇ କ୍ଷୋଭ ପ୍ରକାଶ କରିବା ସାଙ୍ଗକୁ ଜଣେ ପ୍ରାକ୍ତନ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଛନ୍ତି । ୫୦ ପ୍ରତିଶତ ଦୁର୍ଘଟଣା ହ୍ରାସ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଏହାକୁ ଗମ୍ଭୀରତାର ସହ ଗହଣ କରି ଦୂର୍ଘଟଣାଗ୍ରସ୍ତଙ୍କୁ ହାସ୍ପାତାଳରେ ଭର୍ତି କଲେ ପୁରସ୍କାର ମିଳିବ ବୋଲି ଘୋଷଣା କରିଛନ୍ତି । ତାଛଡା କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ମଧ୍ୟ ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି । ଯାହା ଜଣାଯାଇଛି ରାଜ୍ୟ ସରକାର ମଧ୍ୟ ଦୁର୍ଘଟଣାଗ୍ରସ୍ତଙ୍କୁ ହାସ୍ପାତାଳରେ ଭର୍ତି କଲେ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବେ ବୋଲି ନିଷ୍ପତି ନେଇଛନ୍ତି ଏବଂ ଏହି ନିୟମ ଆସନ୍ତା ୧୫ ତାରିଖରୁ ଲାଗୁ ହେବ ବୋଲି ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *