Tuesday , December 7 2021
Breaking News
Home / ବିଶେଷ / ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ – ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ନିହତ

ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ – ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ନିହତ

ମାଲକାନଗିରି, ୧୨/୧୦/୨୦୨୧(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ରିଜର୍ଭ ଜଙ୍ଗଲ ରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଆଜି ସକାଳେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ମାଲକାନଗିରି ତୁଳସୀ ରିଜର୍ଭ ଫରେଷ୍ଟରେ ଡିଭିଏଫ ଓ ଏସଓଜି କ୍ୟାମ୍ପ ଉପରେ ହଠାତ୍ ମାଓବାଦୀମାନେ ଗୁଳିବର୍ଷଣ କରିଥିଲେ। ଏହାର ଜବାବରେ ଯବାନ ଙ୍ ଗୁଳିରେ ୩ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ମିଳିଛି। ଯବାନ ମାନଙ୍କର କୌଣସି କ୍ଷତି ହୋଇନାହିଁ। ଏବେ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି। ମାଓବାଦୀଙ୍କ ଠାରୁ ୨ଟି ବନ୍ଧୁକ, ଗୋଟିଏ ଏସଏଲଆର ଓ ଇନସାସ ଜବତ କରାଯାଇଥିବା ପୋଲିସ ଡ଼ିଜି ଅଭୟ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *