Wednesday , October 4 2023
Breaking News
Home / ବିଶେଷ / ନିସ୍ତାର ନାହିଁ,ଗୋଡେ ଗୋଡେ ଜଗିଛି ପୋଲିସ ଓ ସିସିଟିଭି ସର୍ଭେଲାନ୍ସ

ନିସ୍ତାର ନାହିଁ,ଗୋଡେ ଗୋଡେ ଜଗିଛି ପୋଲିସ ଓ ସିସିଟିଭି ସର୍ଭେଲାନ୍ସ

କଟକ ସଦର, ୧୨/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପାର୍ଵଣରେ କଟକ ସହରକୁ ଅପରାଧ ମୁକ୍ତ କରିଵା,ଭିଡ କରାଇ ନଦେଵା, ଟ୍ରାଫିକ ସମସ୍ୟା ସୃଷ୍ଟି ନକରିବା ଭଳି ଅନେକ ଜନହିତକର କାର୍ୟ୍ୟ ହାତକୁ ନେଇ କମିଶନରେଟ୍ କଟକ ପୋଲିସ ପ୍ରକ୍ରିୟା କୁ ପଣ କରି ନେଇଛି। ଏଥିପାଇଁ ଗତକାଲି ସୋମଵାର ଠାରୁ ଆରମ୍ଭ ହୋଇଥିଵା ରାତି ୮ ଟାରୁ ନାଇଟ୍ କର୍ଫ୍ୟୁ କୁ ଆଜି ମଙ୍ଗଳବାର ଠାରୁ ଅଧିକ କଡ଼ାକଡ଼ି କରାଯାଇଛି। ଏଥିପାଇଁ ଚାରିଆଡେ ସିସିଟିଭି ଖୁନ୍ଦି ଦିଆଯାଇ ଗୋଟିଏ ଯାଗାରେ ଡିସିପି କାର୍ୟ୍ୟାଳୟ ରେ ୫୦ ଜଣ ଅଧିକାରୀ ଓ କର୍ମଚାରୀ ନିରବଚ୍ଛିନ୍ନ ଭାଵେ ପରିଚାଳନା ରେ କାର୍ୟ୍ୟ କରିଚାଲିଛନ୍ତି।ଏହି ପରିପ୍ରେକ୍ଷୀରେ ଆଜି ସଂଧ୍ୟାରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ୨୯ ଜଣ ମଦ୍ୟପଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ନେଇଛି ପୋଲିସ୍। ସରକାରଙ୍କ ଏସଓପିକୁ କଡାକଡି ଭାଵେ ପାଳନ କରିଵାକୁ ଏବଂ ଅପରାଧୀ ,ମଦୁଆ, ଅମାନିଆ ଙ୍କୁ ସାଵାଡ କରିଵାକୁ ଡିସିପି ପ୍ରତିକ୍ ସିଂହ ନିଜେ ସହର ସାରା ପଇଂତରା ମାରି ପରିସ୍ଥିତି କୁ ନିୟନ୍ତ୍ରଣ କରିବାପାଇଁ ବାହାରିଥିବା ଦେଖିବାକୁ ମିଳୁଛି। ପୋଲିସର ଏଭଳି କାର୍ୟ୍ୟ କୁ ସଵୁମହଲରେ ସ୍ୱ।ଗତ କରାଯାଉଥିଵା ଵେଳେ ଅମାନିଆ ଓ ଅପରାଧୀ ମାନେ ତ୍ରାହି ତ୍ରାହି ଡାକିଲେଣି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *