Saturday , August 13 2022
Breaking News
Home / ବିଶେଷ / ଜନ୍ମ ମାଟି ରେ ଶରତ କରଙ୍କୁ ଶ୍ରଦ୍ଧାଞ୍ଜଳି : ସେ ଥିଲେ ଓଡିଶା ରାଜନୀତିର ଉଚ୍ଚାଙ୍ଗ ପୁରୁଷ

ଜନ୍ମ ମାଟି ରେ ଶରତ କରଙ୍କୁ ଶ୍ରଦ୍ଧାଞ୍ଜଳି : ସେ ଥିଲେ ଓଡିଶା ରାଜନୀତିର ଉଚ୍ଚାଙ୍ଗ ପୁରୁଷ

ମାହାଙ୍ଗା -୧୨/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ସହଯୋଗୀ ତଥା ଓଡିଶା ରାଜନୀତିରେ ଧୂରୀଣ ଜନନେତା ପ୍ରାଜ୍ଞ ପୁରୁଷ ଶରତ କରଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସମାରୋହକୁ ମନ୍ତୀ ପ୍ରତାପ ଜେନା ଉଦଘାଟନ କରି ଜନନେତା ସ୍ବର୍ଗତ କରଙ୍କୁ ତା’ଙ୍କ ରାଜନୈତିକ ଗୁରୁ ଭାବେ ବର୍ଣ୍ଣନା କରିଥିଲେ । ସୋମବାର ଅପରାହ୍ନରେ ମାହାଙ୍ଗାର ପ୍ରତିଭା ଭବନ ଠାରେ ବ୍ଲକ ବିଜୁ ଜନତାଦଳ ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭା କବି ବିଶ୍ୱେଶ୍ୱର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କେବଳ ରାଜନୀତିରେ ନୁହେଁ, ଶିକ୍ଷା -ସାହିତ୍ୟ -ସଂସ୍କୃତି କ୍ଷେତ୍ରରେ ଅତ୍ୟନ୍ତ ଧୂରୀଣ ଥିବା ଶରତ କରଙ୍କୁ ଭାରତ ବର୍ଷର ଜଣେ ଯୋଗଜନ୍ମା ପୁରୁଷ ଭାବରେ ମନ୍ତ୍ରୀ ଶ୍ରୀ ଜେନା ଅଭିହିତ କରିବାସହ ଶରତ କରଙ୍କ ଭଳି ଉଚ୍ଚମନା ଓ ସହିଷ୍ଣୁତା ଗୁଣ ସବୁ ରାଜନେତା ମାନଙ୍କ ଠାରେ ରହିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଜଗନ୍ନାଥ ସଂସ୍କୃତି ଓ ଭଞ୍ଜ ସାହିତ୍ୟ ଉପରେ ସ୍ବର୍ଗତ କରଙ୍କ ଜୀବନବ୍ୟାପି ସାଧନା ତା’ଙ୍କ ବ୍ୟକ୍ତିତ୍ୱର ଆଉ ଏକ ଉଚ୍ଚାଙ୍ଗ ଦିଗ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ବିଜୁବାବୁ ଓ ନବୀନ ବାବୁଙ୍କ ସୁଦୃଷ୍ଟି ରେ ରହିଥିବା ଶରତ କର ବିଭିନ୍ନ ସମୟରେ ମନ୍ତ୍ରୀ, ସାଂସଦ, ବାଚସ୍ପତି ପଦ ଅଳଙ୍କୃତ କରିଥିଲେବି ଜଣେ କବି, ସାହିତ୍ୟିକ, ତଥା ଉଚ୍ଚ କୋଟିର ବକ୍ତାଭାବେ ରାଜ୍ୟବାସୀ ତା’ଙ୍କୁ ଅଧିକ ସମ୍ମାନ ଦେଉଥିଲେ ବୋଲି ସଭାରେ ଯୋଗଦେଇଥିବା ଅତିଥି ମାନେ ମତ ଦେଇଥିଲେ । ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ,ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସମାଜସେବୀ ରୁଦ୍ର ନାରାୟଣ ସିଂ,ସମାଜସେବୀ ଯାଦବ ଚନ୍ଦ୍ର ଦାଶ, ଶିକ୍ଷାବିତ ଅଭୟ ପଣ୍ଡା,ବିଜେଡି ଜୋନ ସଭାପତି ନିରଞ୍ଜନ ବିଶ୍ୱାଳ, ଆଡ଼ଭୋଜେଟ ଯତୀନ୍ଦ୍ର ମହାନ୍ତି,ମଞ୍ଚ ଅଭିନେତା ହୃଷିକେଶ ଲାଲ,ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ବିଜେଡି ଜୋନ ସଭାପତି ନିରଞ୍ଜନ ପ୍ରଧାନ,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ସମାଜସେବୀ ଦୀପକ ରଞ୍ଜନ ଦାଶ, ରିଆଜୁଲ ହୋଦା,ସମିତିସଭ୍ୟା ପ୍ରତିମା ସାମଲ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା କନକଲତା ବେହେରା,କଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅଖିଳେଶ ମହାନ୍ତି, ସରପଞ୍ଚ ବିଜୟ ରାଉତ,ବ୍ଲକ ମହିଳା ଫେଡେରେସନ ସଭାପତି ସସ୍ମିତା ଦାସ, ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ସ୍ବର୍ଗତ କରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ବକ୍ତବ୍ୟ ରଖିଥିଲେ । ତା’ଙ୍କ ରାଜନୈତିକ ଜୀବନର ବହୁ ସଫଳ ଗାଥା ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.