Monday , October 18 2021
Breaking News
Home / ବିଶେଷ / ଆଦର୍ଶ ଶିକ୍ଷୟତ୍ରୀ ମୋହିନୀ ମହାନ୍ତିଙ୍କ ପରଲୋକ

ଆଦର୍ଶ ଶିକ୍ଷୟତ୍ରୀ ମୋହିନୀ ମହାନ୍ତିଙ୍କ ପରଲୋକ

କେନ୍ଦୁଝର,୧୨/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦୁଝର ସହରରେ ଥିବା ମୋଚିବନ୍ଧ ହାଇସ୍କୁଲ ର ପୂର୍ବତନ ଶିକ୍ଷୟତ୍ରୀ ମୋହିନୀ ମହାନ୍ତି ଙ୍କର ୬୮ ବର୍ଷ ବୟସରେ ଗତକାଲି ରାତି ସାଢ଼େ ୩ ଟାରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସପିଟାଲ ରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି । ସେ ଜଣେ ଛାତ୍ର ବତ୍ସଳା ଓ ଆଦର୍ଶ ଶିକ୍ଷୟତ୍ରୀ ଭାବରେ କେନ୍ଦୁଝରରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସେ କେନ୍ଦୁଝର ସହରର କାଶୀପୁର ର  ସ୍ୱର୍ଗତ ଭାସ୍କର ମହାନ୍ତି ଓ ସ୍ୱର୍ଗୀୟା କମଳିନୀ ମହାନ୍ତିଙ୍କର ଜ୍ୟେଷ୍ଠ ପୁତ୍ରୀ ଥିଲେ । ଆଜି ମଧ୍ୟାହ୍ନରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁତ୍ର ବିଶ୍ୱଜିତ ମହାନ୍ତି ମୁଖାଗ୍ନୀ ଦେଇଥିଲେ । ସ୍ୱାମୀ ବଂଶିଧର ମହାନ୍ତି,ଏକମାତ୍ର ଭଉଣୀ ଅବସରପ୍ରାପ୍ତ ଆଇଏଏସ୍ ମାନସୀ ମହାନ୍ତି,ଭିଣୋଇ ଡ଼ାକ୍ତର ଚନ୍ଦ୍ର ଶେଖର ମହାପାତ୍ର,ଦିଅର ପ୍ରତାପ ମହାନ୍ତି ,ପ୍ରଭଂଜନ ମହାନ୍ତି,ରବିନ୍ଦ୍ର ମହାନ୍ତି ,ସନ୍ତୋଷ ମହାନ୍ତି ,ପଂଚାନନ ମହାନ୍ତି  ପ୍ରମୁଖ ଶେଷକୃତ୍ୟ ସମ୍ପନ୍ନ ସମୟରେ ଉପସ୍ଥିତ ଥିଲେ । ତାଙ୍କର ଦେହାନ୍ତ ଖବର ପ୍ରଚାରିତ ହେବା ପରେ କେନ୍ଦୁଝର ସହର ଓ ଆଖ ପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ଶହସ୍ରାଧିକ ଛାତ୍ର ଛାତ୍ରୀ ,ଅଭିଭାବକ,ବନ୍ଧୁ ପରିଜନ ଓ ଶୁଭେଛୁମାନେ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *