Saturday , August 13 2022
Breaking News
Home / ବିଶେଷ / ସାରଙ୍ଗ ଷ୍ଟାଡିୟମ ହତ୍ୟା ଘଟଣାର ୧୧ବର୍ଷ ପରେ ଅଭିଯୁକ୍ତ ଗିରଫ

ସାରଙ୍ଗ ଷ୍ଟାଡିୟମ ହତ୍ୟା ଘଟଣାର ୧୧ବର୍ଷ ପରେ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା, ୧୧/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ସାରଙ୍ଗସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ଗତ ୨୦୧୦ମସିହାରେ ହୋଇଥିବା କୃଷ୍ଣ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ୧୧ବର୍ଷ ପରେ ଅଭିଯୁକ୍ତକୁୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାଇ ସାରଙ୍ଗର ବିଜୁ ପଟ୍ଟନାୟକ ଷ୍ଟାଡିୟମର ଜଗାରଖା ଦାୟୀତ୍ୱରେ ଥିଲେ ସାରଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ । କୃଷ୍ଣଙ୍କୁ ଗତ ୨୦୧୦ମସିହା ଅପ୍ରେଲମାସ ୧୬ତାରିଖ ରାତିରେ ସେହି ଷ୍ଟାଡିୟମ ପରିସରରେ ରହୁଥିବା ୫ଜଣ ବଙ୍ଗାଳି ଶ୍ରମିକ ହତ୍ୟା କରିଦେଇଥିବା ନେଇ କୃଷ୍ଣଙ୍କ ପତ୍ନୀ ଅପର୍ଣ୍ଣା ପ୍ରଧାନ କେନ୍ଦ୍ରାପଡା ଟାଉନ ଥାନାରେ ଗତ ୧୭.୦୪.୨୦୧୦ମସିହାରେ ଏତଲା ଦେଇଥିଲେ । ସେହି ଅଭିଯୋଗକୁ ଆଧାର କରି ଟାଉନ ଥାନା ପୋଲିସ ୫୧/୨୦୧୦ରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । କେନ୍ଦ୍ରାପଡା ଟାଉନ ଥାନାର ଅତିରିକ୍ତ ଆଇ.ଆଇ.ସି. ତଥା ତଦନ୍ତକାରୀ ଅଧିକାରୀ ସୁମନ୍ତ କିଷାନ ସେହି ହତ୍ୟା ଘଟଣାର ଅଭିଯୁକ୍ତ ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାର ଭଗବାନଗୁଲା ଥାନା ଅନ୍ତର୍ଗତ ଚାା ଗ୍ରାମର ଗୁରୁପଦ ଦାସଙ୍କ ପୁଅ ପ୍ରବୋଧ ଦାସ(୪୮)କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ପ୍ରବୋଧ ସାରଙ୍ଗସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ମୃତ କୃଷ୍ଣ ପ୍ରଧାନଙ୍କ ସହ କୌଣସି କାରଣକୁ ନେଇ ଝଗଡା ହେବାରୁ ପ୍ରବୋଧ କ୍ରୋଧାନ୍ୱିତ ହୋଇ କୃଷ୍ଣକୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.