ଭୁବନେଶ୍ୱର,୧୧/୧୦/୨୦୨୧(ଓଡ଼ିଶା ସମାଚାର)- ସରିଲା ରାଜ୍ୟ କ୍ୟାବିନେଟ୍ ର ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନସିଂ ଜରିଆରେ ଲୋକସେବା ଭବନ ରେ ବସିଥିବା ଏହି କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋହର ଲାଗିଛି । ବୈଠକ ଶେଷ ପରେ ମୋଟ ୧୬ ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ଜଣାପଡିଛି ।
ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋହର ଲାଗିଛି । ଏସବୁ ନିଷ୍ପତ୍ତି ଗୁଡ଼ିକ ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଗୃହ, ଅବକାରୀ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହ ସମ୍ପର୍କିତ ବୋଲି ଜଣାପଡ଼ିଛି । ଏହି ୧୬ଟି ବୃହତ ପ୍ରସ୍ତାବ ସହ ବିଧାନସଭାର ସତ୍ରାବସାନ ପ୍ରସ୍ତାବକୁ ମଧ୍ୟ ଏହି କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି । ଓଡ଼ିଶା ସମାଚାର