Friday , October 29 2021
Home / ବିଶେଷ / ସମାଜସେବୀଙ୍କ ପରଲୋକ

ସମାଜସେବୀଙ୍କ ପରଲୋକ

ଗରଦପୁର, ୧୧/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ହରିଦାସପୁର ଗ୍ରାମର ସମାଜସେବୀ ଅସିତ କୁମାର ମହାପାତ୍ର (୫୪) ଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ସ୍ୱର୍ଗତ ମହାପାତ୍ର ଦୀର୍ଘଦିନ ହେଲା ମଧୁମେହ ଓ ଯକୃତ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ଅଧିକ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲ ରେ ଚିକିତ୍ସାଧିନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱର୍ଗତ ମହାପାତ୍ର ଚିତ୍ରୋତ୍ପଳା ମହୋତ୍ସବ କମିଟିର ସମ୍ପାଦକ ଭାବେ ୫ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ଏହା ସହିତ ଅଂଚଳର କେତେକ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ସ୍ୱର୍ଗତ ମହାପାତ୍ରଙ୍କ ମୃତ୍ୟୁ ଖବର ପାଇ ବିଶିଷ୍ଟ ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ ଗଭୀର ଶୋକ ପ୍ରକାଶ କରବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, ଦିଲିପ କୁମାର ସାହୁ, ଡ଼ା ବିଷ୍ଣୁ ଚରଣ ପ୍ରଧାନ,ସମାଜସେବୀ ଭଗବାନ ଜେନା, ଚିତରଂଜନ ଚୌଧୁରୀ, ପ୍ରହଲାଦ ସାହୁ, ଶୈଳେନ୍ଦ୍ର ମହାନ୍ତି, ରବିନ୍ଦ୍ର କୁମାର ମହାପାତ୍ର, ମିର ଗୋଲାମ ଜିଲାନୀ, ଜ୍ୟୋତିରଂଜନ ପରିଡ଼ା,ହେମନ୍ତ ସେଠୀ ପ୍ରମୁଖ ସ୍ୱର୍ଗତ ମହାପାତ୍ରଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ପୁଅ ଅକ୍ଳାନ୍ତ ମହାପାତ୍ର ମୁଖାଗ୍ନୀ ଦେଇଥିଲେ । ତାଙ୍କର ୨ ପୁତ୍ର ଓ ପତ୍ନୀ ଅଛନ୍ତି । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *