ପୁରୀ, ୧୧/୧୦/୨୦୨୧(ଓଡ଼ିଶା ସମାଚାର)- ହାଇଦ୍ରାବାଦ୍ରୁ ଏକ ପରିବାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଲକ୍ଷ୍ୟରେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଶ୍ରୀମନ୍ଦିରରେ ଥିôବା ବାମନ ମନ୍ଦିରରେ ପୂଜକ ସଂଗ୍ରାମ ଦାସ ନାବାଳିକାଙ୍କୁ ଅସଦାରଣ କରିଥିବା ପରିବାର ଲୋକେ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ତାଙ୍କୁ ଜେରା କରିଥିବାବେଳେ ତାଙ୍କୁ ଜେଲ ପଠାଇ ଦେଇଛି । ତାଙ୍କ ବିରୁଦ୍ଧରେ ପକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି । ତେବେ ଉକ୍ତ ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି । ଏପରିକି ଯଦି ପ୍ରକୃତରେ ଅଭିଯୋଗ ସତ ହୋଇଥାଏ ତେବେ ତାହା ସାଂଘାତିକ ବୋଲି ବୁଦ୍ଧୀଜୀବୀ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର
