ରଘୁନାଥପୁର ,୧୧/୧୦/୨୦୨୧(ଓଡ଼ିଶା ସମାଚାର)- ମାଆ ମାନଙ୍କର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ ବୋଲି ଆଜି ରଘୁନାଥପୁର ବ୍ଲକ ନିକଟରେ ନବନିର୍ମିତ ମିଶନ ଶକ୍ତି ଗୃହକୁ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଉଦଘାଟନ କରି ଏହା କହିଥିଲେ । ବିଧାୟକ ଶ୍ରୀ ଦାସ ଆହୁରି କହିଲେ ଯେ, ମା ମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାର କ୍ଷମ କରିବା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମାତ୍ର ଲକ୍ଷ୍ୟ । ବିଧାୟକ ଶ୍ରୀ ଦାସ ପ୍ରଥମେ ରଘୁନାଥପୁରରେ ପହଂଚିବା ପରେ ଉକôଳମଣି ଗୋପବନ୍ଧୁ ଦାସ, ପ୍ରଭାଦପୁରୁଷ ବିଜୁ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ବିଷ୍ଣୁଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବାପରେ ହଜାର ହଜାର ଦଳୀୟ କର୍ମୀ ଓ ମାଆ ମାନେ ତାଙ୍କୁ ବିପୁଳ ସ୍ୱାଗତ କରିଥିଲେ । ଏହାପରେ ବିଧାୟକ ରଘୁନାଥପୁର ପଂଚାୟତ ସମିତିସଭା ଗୃହରେ ୧୦୬ଜଣ ବୃଦ୍ଧବୃଦ୍ଧାଙ୍କୁ ବାଦ୍ର୍ଧ୍ୟକ ଓ ବିଧବା ଭତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକ, ସମନ୍ୱୀତ ଶିଶୁ ବିକାଶ ଅଧିକାରିଣୀ ଜ୍ୟୋସ୍ନାରାଣୀ ମଲ୍ଲିକ, ବ୍ଲକର ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଜିଲ୍ଲା ବିଜେଡି ଉପସଭାପତି ସରୋଜକାନ୍ତ ସ୍ୱାଇଁ, ବିଜେଡିନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଜତ ପାତ୍ର, ବିଜେଡିନେତା ବିଶ୍ୱଜିତ ଦାଶ, ଜିଲ୍ଲା ବିଜେଡି ସମ୍ପାଦକ ତାରାକାନ୍ତ ଜେନା, ବିଜେଡିନେତା ଚନ୍ଦ୍ରକାନ୍ତ ପଣ୍ଡା, ସରପଂଚ ସର୍ମିଷ୍ଠା ସ୍ୱାଇଁ, ସରପଂଚ ସରୋଜ କୁମାର ଦାଶ, ବିଜେଡିନେତା ଶ୍ରୀନିବାସ ନାୟକ, ସରପଂଚ ଶେଷଦେବ ସେଠୀ, ବିଜେଡିନେତା ସରୋଜ ରାୟ, ଅହଲ୍ୟା ସ୍ୱାଇଁ, ଲିଲିପ୍ତା ପଣ୍ଡା,ଅର୍ନ୍ତଯାମୀ ରାଉତ, ଖୋକନ ରାୟ, ସରପଂଚ ଜାନକୀ ବଲ୍ଲଭ ସ୍ୱାଇଁ, ସରପଂଚ ପ୍ରମୋଦ ଜେନା, ଶୁଭ୍ରାଂସୁ ସ୍ୱାଇଁ , ଜିଲା ଯୁବ ବିଜେଡ଼ି ସମ୍ପାଦକ ମାନସ କୁମାର ଦାସ , ଅନ୍ତର୍ଯ୍ୟାମୀ ସାମଲ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର